*ଆଦିବାସୀ ଆଶ୍ରମ ବିଦ୍ୟାଳୟ ଛାତ୍ରୀଙ୍କୁ ବିଦ୍ୟୁତ୍ ଘାତ୍ ନୂଆପଡା (ମିଖାଏଲ ନନ୍ଦ) : ତା:୨୦.୦୭ ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ବୋଡ଼େନ ବ୍ଲକ୍ ପର୍ବାତ୍ୟାଞ୍ଚଳ ଭାଇସାଦନୀ କିମ୍ବା ବୁଏରଗାଁ ଆଦିବାସୀ ଆଶ୍ରମ ବିଦ୍ୟାଳୟ ରେ ଚତୁର୍ଥ ଶ୍ରେଣୀ ପଢୁଥିବା ଛାତ୍ରୀଙ୍କୁ ସ୍କୁଲ ପରିସର ମଧ୍ୟରେ ବିଦ୍ୟୁତ୍ ଘାତ ହୋଇଥିଲା। ବିଦ୍ୟୁତ ଘାତ ଯୋଗୁଁ ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ନୂଆପଡ଼ା ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ। ଭର୍ତ୍ତି କରି ଶିକ୍ଷକମାନେ ପ୍ରତ୍ୟାବର୍ତ୍ତନ କରିଥିଲେ। ନାବାଳିକା ଛାତ୍ରୀଙ୍କ ବାପା ଜୟରାମ ମାଝୀ ନିଜ ଝିଅକୁ ଚିକିତ୍ସା କରି ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର ରୁ ନିଜ ଗାଁ କୁ ପ୍ରତ୍ୟାବର୍ତ୍ତନ ପାଇଁ ଅପେକ୍ଷା କରିଥିଲେ। ଚିକିତ୍ସା ପାଇଁ ନୂଆପଡ଼ା ନେଇ ସେଠାରେ ବାପା ଝିଅ ଙ୍କୁ ଛାଡି ନୂଆପଡ଼ା ରୁ ପଲାଇ ଆସିଥିଲେ। ନୂଆପଡ଼ା ଜିଲ୍ଲା ସହାଜେଟ ଆଶ୍ରମ ବିଦ୍ୟାଳୟ ଅଷ୍ଟମ ଶ୍ରେଣୀ ଛାତ୍ର ଆଶ୍ୱିନ ଦାଶ ୧୫ ବର୍ଷ ଆତ୍ମହତ୍ୟା ଅଭିଯୋଗ ହୋଇଥିବା ବେଳେ ଶିକ୍ଷକ, ଶିକ୍ଷୟତ୍ରୀ, ଆଶ୍ରମ ବିଦ୍ୟାଳୟ କର୍ମଚାରୀ ଙ୍କ ଏଭଳି ବ୍ୟବହାର ଯୋଗୁଁ ସନ୍ଦେହ ଘେରରେ ଆସୁଛନ୍ତି। ଆବଶ୍ୟକ ତଦନ୍ତ କରି ଦାୟିତ୍ବ ହୀନତା ପାଇଁ ଆବଶ୍ୟକ କର୍ମଚାରୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ପାଇଁ ଅନୁରୋଧ। ଅନ୍ୟ କାହାର ସନ୍ତାନକୁ ଉପଯୁକ୍ତ ବ୍ୟବହାର ଶିକ୍ଷାଦାନ।
