ରଘନାଥପୁର ଗାଁ ରେ ମାଆ ଗଜ ଲକ୍ଷ୍ମୀପୂଜା
ତାରିଖ:୨୫/୧୦/୨୬
(କୃତ୍ତିବାସ ନାୟକ)
ଭଞ୍ଜ ଦୂତ ଖବର
ତାଳଚେର ବ୍ଲକ ଅନ୍ତର୍ଗତ ବ୍ରଜନାଥପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ରଘନାଥପୁର ଗ୍ରାମରେ ମାଆ ଗଜ ଲକ୍ଷ୍ମୀପୂଜା ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ମା ଙ୍କ ପୂଜାର୍ଚ୍ଚନା ନିମନ୍ତେ ଆକର୍ଷଣୀୟ ଆୟୋଜନ କରାଯାଇଛି । ରଘନାଥପୁର ଗ୍ରାମରେ ଭକ୍ତିମୟ ପରିବେଶରେ ମା ଗଜ ଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହୋଇଛି ।ପୁଜା ଅବସରରେ ଜଳ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ରବିବାର ଠାରୁ ବିଧିବିଧାନ ଅନୁଯାୟୀ ପୂଜା କର୍ମ ଆରମ୍ଭ ହୋଇଛି ।ପ୍ରତ୍ୟେକ ଦିନ ସନ୍ଧ୍ୟାରେ ମା ଙ୍କ ଆଳତି ପୂଜାର୍ଚ୍ଚନା ସହ ପ୍ରସାଦ ସେବନର ବ୍ୟବସ୍ଥା ରହିଛି ।ଏଥିରେ ଶ୍ରଦ୍ଧାଳୁ ମାନେ ଯୋଗ ଦେଇ ମାଆ ଙ୍କ ଆଶୀର୍ବାଦ ଲାଭ କରିଛିନ୍ତି ।ପୂଜାରେ ପୁରୋହିତ ସୁଧାକର ନନ୍ଦ ପୂଜା କର୍ମ ସମ୍ପାଦନ କରୁଥିବା ବେଳେ ମୁଖ୍ୟ କର୍ମ କର୍ତ୍ତା କ୍ଷୀରୋଦ ଚନ୍ଦ୍ର ନାୟକ ଙ୍କ ସମେତ ଅନ୍ୟ ସଦସ୍ୟ ମାନେ ପୂଜା ଆୟୋଜନରେ ସହ ଯୋଗ କରିଛନ୍ତି । ଗଜ ଲକ୍ଷ୍ମୀପୂଜା କମିଟି କ୍ଲବ ପରିସରରେ ମାଆ ଗଜ ଲକ୍ଷ୍ମୀଙ୍କ ପୂଜା ନେଇ ସମଗ୍ର ଅଞ୍ଚଳରେ ଆଧତ୍ମିକ ଓ ଉତ୍ସବ ମୁଖର ପରିବେଶ ସୃଷ୍ଟି ହୋଇଛି ।ଏଥିରେ ସମାଜ ସେବୀ ଶ୍ରୀଯୁକ୍ତ ପଦ୍ମ ଲୋଚନ ନାୟକ ଙ୍କ ତତ୍ତ୍ଵବ ଧାନ ରେପୂଜା କର୍ମ ସମ୍ପନ୍ନ ହୋଇଥିଲା ।
