କାମାକ୍ଷାନଗର ମହାବିଦ୍ୟାଳୟ ନିର୍ବାଚନ
କିରଣ ସଭାପତି ଧନଞ୍ଜୟ ସଂପାଦକ
(କାମାକ୍ଷାନଗର ରୁ ଧର୍ମାନନ୍ଦ ସେଠି ଙ୍କ ଖବର )
କାମାକ୍ଷାନଗର ମହାବିଦ୍ୟାଳୟର ନିର୍ବାଚନରେ କିରଣ କୁମାର ନାୟକ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ଧନଞ୍ଜୟ ସାହୁ ସାଧାରଣ ସଂପାଦକ ଭାବେ ନିର୍ବାଚିତ ହୋଇଛନ୍ତି l ଏହି ନିର୍ବାଚନରେ ସୋମ୍ୟରଞ୍ଜନ ମଲ୍ଲିକ ଉପସଭାପତି, ଭକ୍ତି ସୌରଭ ରାଉତ ଯୁଗ୍ମ ସାଧାରଣ ସଂପାଦକ, ପ୍ରିତମ ନାୟକ କ୍ରୀଡା ସଂପାଦକ, ସୁରେନ୍ଦ୍ର ପରିଡା କ୍ରୀଡା ଯୁଗ୍ମ ସଂପାଦକ, ଭୂମିକା ନାଥ ନାଟ୍ୟ ସଂପାଦକ, ସୁମନ ତ୍ରିପାଠୀ ନାଟ୍ୟ ଯୁଗ୍ମ ସଂପାଦକ ଭାବେ ନିର୍ବାଚିତ ହୋଇଛନ୍ତି l ଏହି ନିର୍ବାଚନ ପ୍ରକ୍ରିୟାରେ ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅଧ୍ୟାପକ ଜ୍ଞାନରଞ୍ଜନ ମିଶ୍ର, ଅଧ୍ୟାପକ ପ୍ରମୋଦ କୁମାର ସ୍ୱାଇଁ, ଅଧ୍ୟାପକ ରଶ୍ମିରଂଜନ ସେନାପତି ପ୍ରମୁଖ ପରିଚାଳନା କରିଥିଲେ l
