ତାଳଚେର ରାଜ ନୀତିରେ ବଡ ହଲଚଲ କଂଗ୍ରେସରେ ସାମିଲ ହେଲେ ବିଜେପି ଓ ବିଜେଡ଼ିର ବହୁ କର୍ମୀ
ତାରିଖ: ୧୫/୧୦/୨୦୨୬
ତାଳଚେର: (କୃତ୍ତିବାସ ନାୟକ) ( ନିପ୍ର)
ତାଳଚେର ନୀତିରେ ଦେଖିବାକୁ ମିଳିଛି ନୂଆ ମୋଡ । ବିଜେପି ଓ ବିଜେଡ଼ି ଛାଡ଼ି ବିଭିନ୍ନ ପଞ୍ଚାୟତ ସମେତ ତାଳଚେର ପୌରା ଞ୍ଚଳର ବହୁ ଶ୍ରମିକ ଓ କର୍ମୀ କଂଗ୍ରେସରେ ସାମିଲ ହୋଇଛନ୍ତି । ଡେରା, ଘଣ୍ଟପଡ଼ା, ବଲଣ୍ଡା, ଟେଣ୍ଟୁଲେଇ, ଏଫସିଆଇ,ଗୋପାଳ ପ୍ରସାଦ, ବ୍ରଜନାଥ ପୁର, ସମେତ ବିଭିନ୍ନ ଅଞ୍ଚଳରୁ ଆସିଥିବା ଏହି କର୍ମୀ ମାନେ ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ଦାସଙ୍କ ନେତୃତ୍ଵରେ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି । ଏହି ଯୋଗଦାନକୁ ନେଇ ତାଳଚେର ରାଜ ନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ନୂଆ କର୍ମୀ ଯୋଗ ଦାନ କଂଗ୍ରେସ ସାଂଗଠନିକ ସ୍ଥିତିକୁ କେତେ ମଜବୁତ କରିବ ଏବଂ ଆଗାମୀ ଦିନରେ ତାଳଚେର ରାଜ ନୀତିର ସମୀକରଣ କେଉଁ ଦିଗକୁ ଗତି କରିବ । ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି। ତାଳଚେର ରାଜନୀତିରେ ଏହି ନୂଆ ଅଧ୍ୟାୟ ଆଗାମୀ ଦିନରେ କେଉଁ ପ୍ରଭାବ ପକାଇବ ତାହା ଦେଖିବାକୁ ବାକି ରହିଲା
ତାଳଚେର ରୁ କୃତ୍ତିବାସ ନାୟକଙ୍କ ରିପୋର୍ଟ ଭଞ୍ଜ ଦୂତ ଖବର
