*ଖଡ଼ିଆଳ ବ୍ଳକ ଛକ ଦୁର୍ଗାପୂଜା, ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟ ରେ*।
ନୂଆପଡା( ମିଖାଏଲ ନନ୍ଦ)
ତା-୧୫/୧୦
ନୂଆପଡା ଜିଲ୍ଲା ଖଡ଼ିଆଳ ସହର ର ବସଷ୍ଟାଣ୍ଡ ନିକଟ ରେ ପ୍ରଥମ ଥର ପାଇଁ ସାର୍ଵଜନୀନ ଦୁର୍ଗାପୂଜା କମିଟି ଖଡ଼ିଆଳ ବ୍ଳକ ଖଡ଼ିଆଳ ତରଫରୁ ଆୟୋଜିତ ହେବାକୁ ଯାଉଚ୍ଛି ଦୁର୍ଗାପୂଜା । ଏ ନେଇ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟ ରେ ପହଂଚିଛି । ଏହାର ରୂପରେଖ ନେଇ ଆଜି ପୂଜା ମଣ୍ଡପ ପରିସର ରେ ଏକ ସାମ୍ବାଦିକ ସମ୍ମିଳନୀ ରେ କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଅକ୍ଟୋବର ୧୬ ତାରିଖ ରୁ ୨0 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ମାଁ ଜଗତ ଜନନୀ ଦୁର୍ଗା ଙ୍କ ପୂଜା ସାଂସ୍କୃତିକ ଦଳ ଘଣ୍ଟବାଦ୍ୟ, ଘୁମୁରା ଏବଂ ସଂକୀର୍ତବ ଦଳ କୁ ନେଇ ଶୁକ୍ରବାର ରାଜ ଦରବାର ପଛପଟେ ଥିବା ନୀଳଜୀ ବନ୍ଦ ରୁ ପୂଜାର୍ଚନା କରି କଳସ ଯାତ୍ରା ସହ ଅଧିବାସ ପରେ ୧୭ ତାରିଖ ରୁ ମାଁ ପୂଜା ଅନୁଷ୍ଠିତ ହେବ ଏଥିପାଇଁ ମାଁ ଙ୍କ ମୁର୍ଣ୍ଣୟୀ ମୂର୍ତ୍ତି ତିଆରୀ ଠାରୁ ଆକର୍ଷଣୀୟ ତୋରଣ ସାଙ୍ଗକୁ ଆଲୋକ ସାଜସଜ୍ଜାରେ କାରିଗର ଲାଗି ପଡିଛନ୍ତି । ଏଥି ସହ ପୂଜା କୁ ଆକର୍ଷଣୀୟ କରିବା ପାଇଁ ତିନି ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ । ୧୭ ତାରିଖ ରାତ୍ର ରେ ଭବାନୀପାଟଣା ର ସମ୍ବଲପୁରୀ ମେଲୋଡି ସାଙ୍ଗକୁ ବଜାଶାଲ ନୃତ୍ୟ, ୧୮ ତାରିଖ ଦିନ ଖଡ଼ିଆଳ ସ୍ୱରଝଙ୍କାର ସଂଗୀତ ବିଦ୍ୟାଳୟ ର କଳାକାର ମାନଙ୍କ ଦ୍ୱାରା ଭଜନ ସଂନ୍ଧ୍ୟା ଏବଂ ୧୯ ତାରିଖ ଦିନ ଖଡ଼ିଆଳ ଅଞ୍ଚଳ ର ବିଭିନ୍ନ ସ୍କୁଲ ଓ ଅନୁଷ୍ଠାନ କଳାକାର ମାନଙ୍କୁ ନେଇ ଦଳଗତ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏଥି ସହ ଦଳଗତ ନୃତ୍ୟ ପ୍ରତିଯୋଗିତା ରେ ପ୍ରଥମ ପୁରସ୍କାର ପାଇଁ 9000 ଟଙ୍କା, ଦ୍ଵିତୀୟ ପୁରସ୍କାର ପାଇଁ 6000 ଟଙ୍କା ଏବଂ ତୃତୀୟ ପୁରସ୍କାର ପାଇଁ 4000 ଟଙ୍କା ରଖଯାଇଥିବା ମଧ୍ୟ ସୂଚନା ଦିଆଯାଇଛି ଏଥିସହ ୧୭ ରୁ ୨0 ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ରାତ୍ର ରେ ଭଣ୍ଡାରା ର ବ୍ୟବସ୍ଥା ମଧ୍ୟ କରାଯାଇଥିବା ବେଳେ ପୂଜାର କର୍ତ୍ତା ଭାବରେ ଶ୍ରୀଗୋପାଳ ଅଗ୍ରୱାଲ ଏବଂ ତାଙ୍କ ଧର୍ମପତ୍ନୀ ସବିତା ଅଗ୍ରୱାଲ ଙ୍କୁ ମନୋନୀତ କରାଯାଇଥିବା ସଭାପତି ବିନୋଦ ବିହାରୀ ପାଢ଼ୀ ସୂଚନା ଦେଇଛନ୍ତି। ଏଣୁ ପୂଜା କୁ ସଫଳତା ର ଶହ ଆୟୋଜନ କରିବା ପାଇଁ ସମସ୍ତ ଙ୍କ ସହଯୋଗ କାମନା କରାଯାଇଛି ।ଉକ୍ତ ସାମ୍ବାଦିକ ସମ୍ମିଳନୀ ରେ ଅନ୍ୟମାନଙ୍କ ମଧ୍ୟ ରେ ଉପସଭାପତି ଅଜିତ କୁମାର ପ୍ରଧାନ, କୋଷାଧ୍ୟକ୍ଷ ପ୍ରମୋଦ ପତି, ଅର୍ଥ କମିଟି ର ଆବାହକ ସତୀଶ ନାଏକ, ଗୌତମ ତାଣ୍ଡି, ମୁନ୍ନା ତାଣ୍ଡି, ସୁଧାଂଶୁ ଶେଖର ବେହେରା, କର୍ତ୍ତା ଶ୍ରୀଗୋପାଳ ଅଗ୍ରୱାଲ ପ୍ରମୁଖ୍ ମଂଚାସୀନ ଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟ ରେ ଆୟୋଜକ କମିଟି ର ସାଂସ୍କୃତିକ କମିଟି ର ଆବାହକ ସୁନୀଲ ସାହୁ,ବିମଳ ସିଂ ଦଳପତି, ରାଜେନ୍ଦ୍ର ବେହେରା, ଅନିଲ ମେହେର, ଗୋବିନ୍ଦ ପଣ୍ଡା, ଶାସ୍ତ୍ରୀ ବେହେରା,ଯଶୋବନ୍ତ ପଣ୍ଡା, ଆଦିତ୍ୟ ପାଣିଗ୍ରାହୀ,ଡୋଳାମଣି ଚିନ୍ଦା,ଗରୁଡ଼େସ୍ୱର ଗହୀର,ସୁମନ ନାଏକ, ପ୍ରଭୂଦତ୍ତ ଗୌଡ଼,ଭୋଦେବ ସାହୁ, ଜିତେନ୍ଦ୍ର ରାଉତ ରାୟ, ସୁଶାନ୍ତ ପଟ୍ଟନାୟକ, ଧରମ ସୋନି, ସୁନୀଲ ରାଉତ,ଙ୍କ ସମେତ ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ ।
