*ଖଡ଼ିଆଳ ବ୍ଲକ ତୁକଲା ସ୍ଥିତ କ୍ଷମା ମେହେର ଡିଗ୍ରୀ କଲେଜ ରେ ଛାତ୍ର ସଂସଦ ନିର୍ବାଚନରେ ୪ ଗୋଟି ପଦ ନିର୍ଦ୍ୱନ୍ଦରେ ବିଜୟୀ*।
ନୂଆପଡା(ମିଖାଏଲ ନନ୍ଦ)
ତା:୧୫.୧୦.
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ତୁକଲା ସ୍ଥିତ କ୍ଷମା ମେହେର ଡିଗ୍ରୀ କଲେଜ ରେ ଛାତ୍ର ସଂସଦ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ହୋଇଥିଲା। ୫ ଗୋଟି ପଦ ପାଇଁ ପାଞ୍ଚ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ। ସାଧାରଣ ସମ୍ପାଦକ ପଦ ପାଇଁ ନାମାଙ୍କନ ଦାଖଲ ପ୍ରାର୍ଥୀଙ୍କ ପ୍ରାର୍ଥୀ ପତ୍ର ରଦ୍ଦ ହୋଇଥିବା ବେଳେ ଅନ୍ୟ ୪ ଗୋଟି ପଦ ନିର୍ଦ୍ୱନ୍ଦରେ ବିଜୟୀ ହୋଇଛନ୍ତି। ସଭାପତି ସୌଦାଗର ତାଣ୍ଡି, ଉପ ସଭାପତି ରୋହନ ତାଣ୍ଡି, ସହକାରୀ ସାଧାରଣ ସମ୍ପାଦକ ସୁମନ ତାଣ୍ଡି, ସାଂସ୍କୃତିକ ସମ୍ପାଦକ ଧରିତ୍ରୀ ମେହେର ନିର୍ଦ୍ୱନ୍ଦରେ ବିଜୟୀ ହୋଇଛନ୍ତି। ବୋଲି କଲେଜ ଅଧ୍ୟକ୍ଷ ରବୀନ୍ଦ୍ର ମିଶ୍ର ପ୍ରକାଶ କରିଛନ୍ତି। ସମସ୍ତ ପ୍ରାର୍ଥୀଙ୍କୁ ଯୁବ କଂଗ୍ରେସ କମିଟି ପକ୍ଷ ରୁ ସମର୍ଥନ ଥିବା ବେଳେ ଅଭିଷେକ ଜଗତ ବିଜୟୀ ପ୍ରାର୍ଥୀଙ୍କୁ ସ୍ୱାଗତ କରିଛନ୍ତି। ସମସ୍ତେ ଏକ ଶୋଭାଯାତ୍ରା ରେ ବାହାରିଛନ୍ତି
