*ନୂଆପଡ଼ା ଜିଲ୍ଲା ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ଫଳାଫଳ ଘୋଷଣା, ସଭାପତି ରୂପେ ସିଫା ବେଗମ, ଉପ ସଭାପତି ଭାବରେ ରଞ୍ଜିତା ମାଝୀ, ସାଧାରଣ ସମ୍ପାଦକ ଗଜିନ୍ଦ୍ର କୁମାର ଗହୀର ବିଜୟୀ*।
ନୂଆପଡା(ମିଖାଏଲ ନନ୍ଦ) ତା:୧୫.୧୦.
ନୂଆପଡ଼ା ଜିଲ୍ଲା ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ଫଳାଫଳ ଘୋଷଣା ହୋଇଅଛି। ସଭାପତି ରୂପେ ସିଫା ବେଗମ, ଉପ ସଭାପତି ଭାବରେ ରଞ୍ଜିତା ମାଝୀ, ସାଧାରଣ ସମ୍ପାଦକ ଗଜିନ୍ଦ୍ର କୁମାର ଗହୀର ବିଜୟୀ ହୋଇଛନ୍ତି। ସିଫା ବେଗମ ୭୮୭ ଭୋଟ ପାଇଥିବା ବେଳେ ଲିପିକା ପୋଡ ୪୯୨ ଖଣ୍ଡ ଭୋଟ ପାଇଛନ୍ତି। ମହେଶ୍ୱର ବାଗ ୨୭ ଖଣ୍ଡ ଭୋଟ ପାଇଥିଲେ। ସିଫା ବେଗମ ୨୯୫ ଭୋଟ ରେ ବିଜୟୀ।ଉପସଭାପତି ଭାବରେ ରଞ୍ଜିତା ମାଝୀ ୮୭୧ ଭୋଟ ପାଇଥିବା ବେଳେ ତାଙ୍କ ପ୍ରତିନ୍ଦ୍ୱନ୍ଦି ଜୁଲି ଭୋଇ ୪୩୨ ଭୋଟ ପାଇଥିଲେ। ୪୩୯ ଭୋଟ ରେ ରଞ୍ଜିତା ମାଝୀ ବିଜୟୀ ହୋଇଛନ୍ତି। ସାଧାରଣ ସମ୍ପାଦକ ଗଜେନ୍ଦ୍ର କୁମାର ଗହୀର ୯୪୨ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ମନୋରଞ୍ଜନ ବିଶ୍ୱାଳ ୩୦୧ ଭୋଟ ପାଇଥିଲେ। ୬୪୧ ଭୋଟ ରେ ସାଧାରଣ ସମ୍ପାଦକ ଗଜେନ୍ଦ୍ର କୁମାର ଗହୀର ବିଜୟୀ ହୋଇଛନ୍ତି। ଡ୍ରାମାଟିକ୍ ସମ୍ପାଦକ ଭାବରେ ଦିବ୍ୟଂଶିନି ଶୁନାନୀ ୭୭୮ ଭୋଟ ପାଇଥିବା ବେଳେ ଲୀଳାବତୀ ପୋଡ ୫୦୨ ଭୋଟ ପାଇଛନ୍ତି। ୨୭୬ ଭୋଟ ରେ ଦିବ୍ୟଂଶିନି ଶୁନାନୀ ବିଜୟୀ ହୋଇଛନ୍ତି
