*ସୁନାବେଡ଼ା ମେଗା ଡ୍ରାଇଭ: ଦୁର୍ଗମ ଶିବନାରାୟଣପୁର, ଝର୍ଲାମ୍ୱ, କୁମ୍ଭାରଖାଞ୍ଚରେ ଆଇନ ସଚେତନତା ଓ ସର୍ଭେ*।
ନୂଆପଡା(ମିଖାଏଲ ନନ୍ଦ)
ତା-୧୫/୧୦
ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଚାଲୁଥିବା ମେଗା ଡ୍ରାଇଭ୍ ଅନ୍ତର୍ଗତ ସୁନାବେଡା ଗ୍ରାମ ପଞ୍ଚାୟତର ଅତି ଦୁର୍ଗମ ଶିବନାରାୟଣପୁର, ଝର୍ଲାମ୍ୱ, କୁମ୍ଭାରଖାଞ୍ଚ ଗ୍ରାମ ଗୁଡ଼ିକ ରେ ନାଲସା (ଆଇନ ସେବା ପ୍ରାଧିକରଣଙ୍କ ଦ୍ଵାରା ବିପର୍ଯ୍ୟୟ ପୀଡ଼ିତଙ୍କୁ ଆଇନ ସେବା) ଯୋଜନା, ୨୦୧୦ ସମ୍ବନ୍ଧୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ବନରକ୍ଷୀ ରୀତା ମଞ୍ଜରୀ ବାରିକ ଏବଂ ପ୍ରାଧିକରଣର ଭୀଷ୍ମ ତାଣ୍ଡି, ବସୁମତୀ ସୁନାନୀ ଓ ଅନ୍ୟାନ୍ୟ ଅଧିକାର ମିତ୍ରଗଣ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ପ୍ରାଧିକରଣର ସଚିବ ନବନୀତା ଦାଶ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ଵାରା ବିପର୍ଯ୍ୟୟ ପୀଡ଼ିତଙ୍କୁ ଦିଆଯାଉଥିବା ମାଗଣା ଆଇନ ସେବା ବିଷୟରେ ବିସ୍ତୃତ ଆଲୋକପାତ କରିଥିଲେ। ସେ ମଧ୍ୟ ନାଲସା ଙ୍କ ଦ୍ଵାରା ପ୍ରଚଳିତ ବିଭିନ୍ନ ଯୋଜନା ଯଥା ସମ୍ବାଦ ଯୋଜନା, ଅଣସଂଗଠିତ ଶ୍ରମିକ ମାନଙ୍କ ପାଇଁ ଯୋଜନା ଇତ୍ୟାଦି ବିଷୟରେ ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରାଇଥିଲେ । ଏହି ଅବସରରେ ସଚିବ ଓ ଅଧିକାର ମିତ୍ର ମାନେ ଏହି ଦୁର୍ଗମ ଅଞ୍ଚଳ ରେ ଘରକୁ ଘର ବୁଲି ସେମାନଙ୍କର ବିଭିନ୍ନ ସମସ୍ୟା ବିଷୟରେ ବୁଝିଥିଲେ ଓ ସମସ୍ୟାର ସମାଧାନ ପାଇଁ ଆବଶ୍ୟକ କାଗଜପତ୍ର ସଂଗ୍ରହ କରିଥିଲେ ।
