*ଦାନଗଦି ବ୍ଲକ କଂଗ୍ରେସ କମିଟି ତରଫରୁ ଭାରତ ର ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାର ଗୁପ୍ତା ଙ୍କ ଇସ୍ତଫା ଓ ଗିରଫ ଦାବିରେ ପଦଯାତ୍ରା*
ଯାଜପୁର ଦାନଗଦି ଭଞ୍ଜଦୁତ ବ୍ୟୁର : ଆଜି ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଦାନଗଦି ବ୍ଲକ କଂଗ୍ରେସ କମିଟି ତରଫରୁ ଭାରତ ର ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାର ଗୁପ୍ତା ଙ୍କ ଇସ୍ତଫା ଓ ଗିରଫ ଦାବିରେ ବ୍ଲକ କଂଗ୍ରେସ ସଭାପତି ଦୟାନିଧି ପଲେଇ ଙ୍କ ନେତୃତ୍ୱରେ କଂଗ୍ରେସ ଭବନ ଠାରୁ ଏକ ବିରାଟ ପ୍ରତିବାଦ, ପଦଯାତ୍ରା ବଜାର ପରୀକର୍ମା କରି ଦାନଗଦି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଜ୍ଞାନେଶ କୁମାର ଙ୍କ କୁଶପୁତ୍ତଳିକା ଦାହ କରାଗଲା। ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଶରତ ରାଉତ, ପ୍ରାକ୍ତନ ବିଧାୟକ ପାର୍ଥି ଇଂ ବିଭୂ ଭୂଷଣ ରାଉତ, ପି. ସି. ସି ସମ୍ପାଦକ ମହେନ୍ଦ୍ର କୁମାର ଦାଶ.ସୁକୁମାର ଦେଓ, ଉମାକାନ୍ତ ଜେନାମାଣି, ଦାମୋଦର ପୁହାଣ, ବୀର କିଶୋର ସାହୁ, ପ୍ରଭାତୀ ବଳ, ରଙ୍ଗଲତା ମହାନ୍ତ, ସଞ୍ଜୁଲତା ଦାସ,ଅଜୟ ବେହେରା,ରାକେଶ ନାଟିଆ, ଫକୀର ଯେନା,ଅଭୟ ପହି, ସୁନାରାମ ଗାଗରାଇ, ମୁରଲୀ ମହାନ୍ତ, ସଦାଶିବ ଘଡ଼ାଇ, ଅମୁଲ୍ୟ ସାହୁ,ଭମ୍ବରବର ମହାରଣା,ଅଛୁତ ମଲ୍ଲିକ, ଡାବର ସାମଡ, ରାଇସିଂ ମାଝୀ,କବିର ଯେନା, ବାଙ୍କନିଧି ଯେନା, ରବୀନ୍ଦ୍ର ଦାଶ,ମାଧ ରାଉତ,ବିଦ୍ୟାଧର ଯେନା, ଚନ୍ଦ୍ରକାନ୍ତ ଯେନା, କଳାଚାନ୍ଦ ଯେନା ସମେତ ଶତାଧିକ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ l
