କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ।
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର)::: ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଅନ୍ତର୍ଗତ ଉଦୟ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ମହା ଆନନ୍ଦ ଉଲ୍ଲାସ ଓ ସୁବ୍ୟବସ୍ଥିତ ଭାବେ ଅନୁଷ୍ଠିତ ହୋଇଯାଇଛି। ସୁରଭି -୨୦୨୬ ର ମୁଖ୍ୟ ପ୍ରସଙ୍ଗ ହେଉଛି ସମୃଦ୍ଧ ଭାଷା, ସମୃଦ୍ଧ ଓଡିଶା। ପ୍ରାରମ୍ଭିକ ପର୍ଯ୍ୟାୟରେ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଯଦୁନାଥ ଦୀକ୍ଷିତ ସୁରଭି ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମ ଉଦ୍ ଘାଟନ କରିଥିଲେ। ପରେ ନୃତ୍ୟ, ସଙ୍ଗିତ, ବକ୍ତୃତା,, କୁଇଜ଼, ଚିତ୍ରାଙ୍କନ, ପୋଷଣ ଚିତ୍ରକଳା ଆଦି ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଦ୍ୱିତୀୟ ପର୍ଯ୍ୟାୟ ରେ ଉଦୟ ନାରାୟଣ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଧୀରେନ୍ଦ୍ର କୁମାର ସ୍ବାଇଁଙ୍କ ସଭାପତିତ୍ୱରେ ଉଦଯାପନୀ ସଭା ଅନୁଷ୍ଠିତ ହୋଇଥିଲା। ଶିରାପୁର କ୍ଲଷ୍ଟର ସି ଆର ସି ସି ଶ୍ରୀମତୀ ରଶ୍ମିତା ପଣ୍ଡା ସୁରଭି କାର୍ଯ୍ୟକ୍ରମ ର ଆଭିମୁଖ୍ୟ ପ୍ରକାଶ କରିଥିଲେ।ସାଜନପୁର ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ଅଶ୍ୱିନୀ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ଶ୍ରୀଯୁକ୍ତ ଯଦୁନାଥ ଦୀକ୍ଷିତ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ପିଲାମାନଙ୍କ ଅନ୍ତର୍ନିହିତ ପ୍ରତିଭାର ଅଭିବ୍ୟକ୍ତି ପାଇଁ ସୁରଭି ଏକ ପ୍ରକୃଷ୍ଟ ମଞ୍ଚ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ କମିଟି ସଭାପତି ଶ୍ରୀମତୀ କାଞ୍ଚନଵାଲା ପଣ୍ଡା ଯୋଗ ଦେଇଥିଲେ।ବିଦ୍ୟାଳୟର ଶିକ୍ଷକ ମାନସ ମଲିକ ବିବରଣୀ ପାଠ କରିଥିଲେ। କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରିସାରିବା ପରେ ରତିକାନ୍ତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କର୍ମଚାରୀ ସହଯୋଗ କରିଥିଲେ।
