*ସୁନାବେଡ଼ା ଅଭୟାରଣ୍ୟ ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷ ରୁ ଆଇନ ସହାୟତା ଏବଂ ସଚେତନ ଶିବିର ଅନୁଷ୍ଠିତ*
ନୂଆପଡା(ମିଖାଏଲ ନନ୍ଦ)
ତା-୧୧/୧୦
ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡ଼ା ଅଭୟାରଣ୍ୟ ମଧ୍ୟରେ ଗୁରୁକୁଳ ଆଶ୍ରମ ପରିସର ମଧ୍ୟରେ ଅଗଷ୍ଟ ୨୫ ତାରିଖ ଠାରୁ ୨୩ ଅକ୍ଟୋବର ପର୍ଯ୍ୟନ୍ତ ଆଇନ ସହାୟତା କ୍ଲିନିକ୍ ସେବା ଆରମ୍ଭ କରିଛନ୍ତି। ଆଇନ ରେ ସଚେତନ ହେବା ସହ ଅପରାଧ ନିୟନ୍ତ୍ରଣ କରିବାର ମୂଳ ଲକ୍ଷ୍ୟ ଅଟେ। ଲୋକଙ୍କୁ ତାଙ୍କ ଅଧିକାର ପ୍ରଦାନ ସହ ତାଙ୍କ ନୈତିକ କର୍ତ୍ତବ୍ୟ ଉପରେ ଅବଗତ କରିଛନ୍ତି। ସଭାରେ ଆଇନ ସେବା ପ୍ରାଧିକରଣ ସଚିବ ନବନିତା ଦାସ ଅଧ୍ୟକ୍ଷତା କରିଥିବା ବେଳେ ଓଡ଼ିଶା ବାର କାଉନସିଲ ସଦସ୍ୟ ବିଭୁ ପ୍ରସାଦ ତ୍ରିପାଠୀ, ସୁପ୍ରିମ କୋର୍ଟ ଓକିଲ ସଞ୍ଜୀବ କୁମାର ମହାନ୍ତି, ଖଡ଼ିଆଳ ଓକିଲ ସଂଘ ସଭାପତି ଗୋବର୍ଦ୍ଧନ ସୁନା, ମହାମାୟା ଆଇନ ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ. ଅନିଲ କୁମାର ତାଣ୍ଡି, ଆଇନଜୀବୀ ଘାସିରାମ ମାଝୀ, ଦେବଦତ୍ତ ଦୀକ୍ଷିତ, ରବୀନ୍ଦ୍ର କୁମ୍ଭାର ସହ ବହୁ ଆଇନ ଯିବି ଯୋଗ ଦେଇଥିଲେ। ବିଭୁ ପ୍ରସାଦ ତ୍ରିପାଠୀ ଆଇନ ସମସ୍ତଙ୍କୁ ସମାନ ଅଧିକାର ଦେଇଥିବା ବେଳେ କିପରି ସମସ୍ତଙ୍କୁ ସମ୍ମାନ ସୁବିଧା ଏବଂ ସୁଯୋଗ ପ୍ରଦାନ ପାଇଁ ଉପାନ୍ତ ଅଞ୍ଚଳ ରେ ଆଇନ ସେବା ଏକ ଅଭିନବ ଉପାୟ ବୋଲି କହିଥିଲେ। ସେହିପରି ସୁପ୍ରିମ କୋର୍ଟ ଆଇନଜୀବୀ ସଞ୍ଜୀବ କୁମାର ମହାନ୍ତି ସମାଜ ର ଅନ୍ତିମ ବ୍ୟକ୍ତିଙ୍କୁ ସେବା ଏବଂ ଆଇନ ସଚେତନତା ପହଞ୍ଚିବା ଦ୍ୱାରା ବିକଶିତ ଭାରତ ବିକଶିତ ଓଡ଼ିଶା ଗଠନ ହେବ ବୋଲି ମତବ୍ୟକ୍ତ କରିଥିଲେ। ଆଜି ଜନ୍ମ ଗତ ପ୍ରମାଣ ପତ୍ର ପ୍ରଦାନ କରିଥିବା ବେଳେ ଆଶ୍ରମ ଅନ୍ତେବାସୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଆଇନ ର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଆଇନ ସେଚତାନ କ୍ଲିନିକ୍ ଦୁଇ ମାସ ଧରି ଦ୍ୱାର ମୁହଁରେ ଲୋକଙ୍କୁ ଆଇନ ଉପରେ ସଚେତନ କରିବେ।
