*ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ୱୟଂ ଶାସିତ ମହା ବିଦ୍ୟାଳୟରେ ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନ ସ୍ଥଗିତ ପରେ କଲେଜ ମୁଖ୍ୟ ଫାଟକ ସମ୍ମୁଖ ରେ ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀ ୟଶ କୁମାର ଦଣ୍ଡସେନା ଆସି ଛାତ୍ର ଛାତ୍ରୀଙ୍କ ଗଣତାନ୍ତ୍ରିକ ଅଧିକାର କୁ ସାବ୍ୟସ୍ତ କରିବାକୁ ସୁଯୋଗ ଦେବା କଥା ବୋଲି କହିଥିଲେ*।
ନୂଆପଡା(ମିଖାଏଲ ନନ୍ଦ) ତା:୧୧.୧୦.
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ୱୟଂ ଶାସିତ ମହା ବିଦ୍ୟାଳୟରେ ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନ ସ୍ଥଗିତ। କଲେଜ ମୁଖ୍ୟ ଫାଟକ ସମ୍ମୁଖ ରେ ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀ ୟଶ କୁମାର ଦଣ୍ଡସେନା ଆସି ଛାତ୍ର ଛାତ୍ରୀଙ୍କ ଗଣତାନ୍ତ୍ରିକ ଅଧିକାର କୁ ସାବ୍ୟସ୍ତ କରିବାକୁ ସୁଯୋଗ ଦେବା କଥା ବୋଲି କହିଥିଲେ। ନିର୍ବାଚନ ହେଲେ ସମସ୍ତ ଛାତ୍ର ଛାତ୍ରୀ ମାନେ ମତଦାନ କରିବେ। କଲେଜ ପରିସର ମଧ୍ୟରେ ଅଶାନ୍ତ ଏବଂ ଅନେକ ଅଣ ନିୟନ୍ତ୍ରଣ ପରିସ୍ଥିତି ଯୋଗୁ କଲେଜ କତୃପକ୍ଷ ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି। କଲେଜ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡା ଜିଲ୍ଲାପାଳଙ୍କୁ ଏହି ଘଟଣା ସମ୍ପର୍କ ରେ ଅବଗତ କରି ନିର୍ବାଚନ ବନ୍ଦ କରିବା ସହ ସାଇନ ଦେ ଘୋଷଣା ପାଇଁ ଅନୁରୋଧ କରିଥିଲା। ଆଜି ଏହା ଘୋଷଣା ପରେ ବିଜୁ ଛାତ୍ର ଜନତା ଦଳ ଆସି କଲେଜ ଘେରାଉ କରି ନରା ବାଜି କରିଛନ୍ତି।
