*ତିର୍ତ୍ତୋଲ ପୋଲିସର ଚଢ଼ାଉ, ୫ ୱାରେଣ୍ଟି ଗିରଫ*
ତିର୍ତ୍ତୋଲ-(ନି.ପ୍ର ) ତିର୍ତ୍ତୋଲ ପୋଲିସକୁ ଆଜି ସକାଳେ ବଡ ସଫଳତା ମିଳିଛି। ବିଭିନ୍ନ ମାମଲାରେ ଫେରାର ଥିବା ୫ ଜଣ ୱାରେଣ୍ଟିଙ୍କୁ ପୋଲିସ ଗିରଫ କରିଛି।
*ଗିରଫ ଅଭିଯୁକ୍ତମାନେ ହେଲେ:*
ସରିଖୀ ଗ୍ରାମର ମମତା ନାୟକ ( ୫୪), ସ୍ୱାମୀ – ଦୁଷ୍ମନ୍ତ କୁମାର ନାୟକ, କେସ ନଂ- ୪୯୩/୨୦୨୩
ଦୁଷ୍ମନ୍ତ କୁମାର ନାୟକ, ପିତା – ସ୍ୱର୍ଗତ ବିଷ୍ଣୁ ଚରଣ ନାୟକ,କେସ ନଂ- ୪୯୩/୨୦୨୩
ତାପସ ସାହୁ, ପୂର୍ଣ୍ଣ ଚନ୍ଦ୍ର ମାଝୀ, ପିତା- ବୈଷ୍ଣବ ଚରଣ ମାଝୀ, ଗ୍ରାମ- ଗଣପତିପୁର, ଥାନା- ଜାଜପୁର, କେସ ନଂ- ୭୧୦/୨୦୧୧
ସୁକାନ୍ତ ଦାସ, ପିତା- ଶିବ ଚରଣ ଦାସ, ଗ୍ରାମ- ଓଳଗଦା , କେସ ନଂ- ୧୯୦/୨୦୨୩
ଖୁଲନା ଦାସ, ସ୍ୱାମୀ- ଶିବ ଚରଣ ଦାସ, ଗ୍ରାମ- ଓଳଗଦା , କେସ ନଂ- ୧୯୦/୨୦୨୩
ପୋଲିସ ସୂଚନା ଅନୁଯାୟୀ, କ୍ରମିକ ନଂ ୧,୨,୪,୫ ରେ ଥିବା ୱାରେଣ୍ଟିଙ୍କୁ ମାନ୍ୟବର JMFC କୋର୍ଟ ତିର୍ତ୍ତୋଲ ଏବଂ ୩ ନମ୍ବର ୱାରେଣ୍ଟି ତାପସ ସାହୁଙ୍କୁ ମାନ୍ୟବର SDJM କୋର୍ଟ ଜଗତସିଂହପୁରକୁ ଆଇନଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପଠାଯାଇଛି।
