ମହାବିରୋଡ଼ ମଣ୍ଡଳ ବିଜେପି ପକ୍ଷରୁ ସେବା ସଂକଳ୍ପ ଅଭିଯାନରେ ରକ୍ତଦାନ ଶିବିରରେ ୧୪୦ ୟୁନିଟ ରକ୍ତ ସଂଗ୍ରହ ।
କଙ୍କଡ଼ା ହାଡ଼,୪/୧୦(ନିପ୍ର ଗୋକୁଳାନନ୍ଦ ବେହେରା)କଙ୍କଡାହାଡ଼ ବ୍ଲକ ପଙ୍ଗାତିରା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପରିସରରେ ମହାବିରୋଡ଼ ମଣ୍ଡଳ ବିଜେପି ଆନୁକୂଲ୍ୟରେ ମଣ୍ଡଳ ସଭାପତି ଜିତେନ୍ଦ୍ର କରଙ୍କ ତତ୍ୱାବଧାନରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ।ମୁଖ୍ୟ ଅତିଥି ଭାବେ ପରଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ ଯୋଗ ଦେଇ ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ ।ଏହି ଶିବିରରେ ୧୪୦ ଜଣ ରକ୍ତଦାତା ରକ୍ତଦାନ କରିଥିଲେ ।ମହାବିରୋଡ଼ ମଣ୍ଡଳ ବିଜେପି ପକ୍ଷରୁ ଆୟୋଜିତ ୨୫ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସେବା ସମର୍ପଣ ସେବା ସଂକଳ୍ପ ଅଭିଯାନରେ ଏହି ରକ୍ତଦାନ ଶିବିରରେ ସ୍ବେଚ୍ଛାସେବୀ ଓ ଆଗ୍ରହୀ ଯୁବକ ଯେଉଁମାନେ ଆସି ରକ୍ତଦାନ ଶିବିର ଆୟୁଜନ ଓ ରକ୍ତଦାନ କରିଛନ୍ତି ସେମାନଙ୍କୁ ଶ୍ରୀ ପ୍ରଧାନ ପ୍ରଶଂସା କରିଥିଲେ ।ଅଧିକରୁ ଅଧିକ ରକ୍ତଦାନ ଶିବିର ଆୟୋଜନ କରି ରକ୍ତ ଅଭାବରୁ କେହି ଯେମିତି ମୃତ୍ୟୁ ମୁଖରେ କେହି ନପଡ଼ନ୍ତୁ ବିଧାୟକ ଆହ୍ୱାନ କରିଥିଲେ।ସମ୍ମାନିତ ଅତିଥିଭାବେ ଭାବେ ଅନୁଗୁଳ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡା ସଞ୍ଜୟ କୁମାର ସ୍ୱାଇଁ,ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଜିଲ୍ଲା ଅଧ୍ୟକ୍ଷ ନାଉରି ସିଂହ,ବିଜେପି ଜିଲ୍ଲା ସଭାପତି ରାସ ବିହାରୀ ବେହେରା,ବିଜେପି ଜିଲ୍ଲା ଯୁବ ସଭାପତି ସଞ୍ଜୀବ କୁମାର ପଣ୍ଡା,ବିଡ଼ିଓ ଯଶୋବନ୍ତ ଦେହୁରୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ଦେଶବନ୍ଧୁ ନାୟକ,ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପ୍ରଶାନ୍ତ କୁମାର ସାହୁ,ଡା ନଳିନୀକାନ୍ତ ପାଣିଗ୍ରାହୀ,ବାମ ସରପଞ୍ଚ ଫକୀର ଚରଣ ମହାନ୍ତ,ପଙ୍ଗାତିରା ସରପଞ୍ଚ କରୁଣାକର ସାହୁ,ଦଶୀପୁର ସରପଞ୍ଚ ସୁଧୀର ପାଳ,ଝିଲ୍ଲୀ ସରପଞ୍ଚ ରୋଜାଲୀନ ସାହୁ,ବିଜେପି ନେତା ଦୀପକ ଗୋଛାୟତ,ପ୍ରକୃତି ବନ୍ଧୁ ରାଜେଶ କୁମାର ଦେହୁରୀ,ମହାବିରୋଡ଼ ରେଞ୍ଜ ଅଧିକାରୀ ସୁଶାନ୍ତ କୁମାର ପାତ୍ର,ମହାବିରୋଡ଼ ଥାନା ଅଧିକାରୀ କାଶୀନାଥ ହାଁସଦା ପ୍ରମୁଖ ଯୋଗ ଦେଇଥିଲେ ।ତାଳଚେର ରକ୍ତ ଭଣ୍ଡାରର ବଳରାମ ପତି, କୁମୁଦ ଚନ୍ଦ୍ର ସାହୁ,ଗୋପାଳ ଚନ୍ଦ୍ର ବେହେରା,ଛବି ମହାପାତ୍ର,ରାଜକିଶୋର ପ୍ରଧାନ,ଚନ୍ଦ୍ରମଣି ନାଏକପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ।ଏହି କାର୍ଯ୍ୟକ୍ରମରେ ମହାବିରୋଡ଼ ମଣ୍ଡଳ ବିଜେପି ନେତା ବିରଞ୍ଚି ସାହୁ,ଉମେଶ ଚନ୍ଦ୍ର ସାହୁ,ମହତାବ ସାହୁ,ଲୋକନାଥ ସାହୁ,ଗୋଲଖ ବେହେରା,ରାଜ ବହ୍ଲଭ ସାହୁ,ସମୟ ଜେନା, ସରୋଜ ବେହେରା,ପ୍ରମୋଦ ସାମଲ,ଅଲେଖ ସାହୁ,ବାପୁନ ପ୍ରଧାନ,ଜଗଦାନନ୍ଦ ମହାପାତ୍ର,କାଳନ୍ଦୀ ବେହେରା,ବିଜୟ ଦେହୁରୀ, ରସାନନ୍ଦ ସାହୁ,କ୍ଷୀରୋଦ ଦେହୁରୀ,ଜଗନ୍ନାଥ ଗଡ଼ନାୟକ,କୃଷ୍ଣଚନ୍ଦ୍ର ସାହୁ,ମଣ୍ଡଳ ଯୁବ ସଭାପତି ଅବିନାଶ ସାହୁ ପ୍ରମୁଖ ସହଯୋଗ କରିଥିଲେ ।
