ଚୋରି_ସନ୍ଦେହରେ_ନସ୍ତୁକ_ମାଡ଼
ଉଦଳା(୦୩/୧୦): ମାନବିକତା ଭୁଲିଯାଇ ଜଣେ ରାସ୍ତାରେ ଦୁଇ ନାବାଳକଙ୍କୁ ଅତି ଅମାନୁଷିକ ଭାବେ ପିଟିଲେ ଜଣେ ଦୋକାନୀ। ଏଭଳି ଘଟଣା ଉଦଳା ବ୍ଲକ୍ ଶାଳମୁଣ୍ଡୁଳି ଗ୍ରାମରେ ଘଟିଥିବା ବେଳେ ସାମାଜିକ ଗଣମାଧ୍ୟମରେ ଘୂରି ଘୂରିବା ପରେ ଏହା ସାମ୍ନାକୁ ଆସିଛି।
ସୂଚନା ମୁତାବକ, ଶାଳମୁଣ୍ଡୁଳି ଗ୍ରାମର ଛକର ଏକ ଦୋକାନରୁ ବ୍ୟାଟେରି ଚୋରି ହୋଇଯାଇଛି। ଦୁଇ ଜଣ ନାବାଳକ ସେହି ବ୍ୟାଟେରି ଚୋରି କରିଥିବା ଦୋକାନୀ ସନ୍ଦେହ କରିଥିଲେ । ଏହାପରେ ଉଭୟଙ୍କୁ ଧରି ରାସ୍ତା ଉପରେ ନିସ୍ତୁକ ପିଟିଥିଲେ। ଭିଡ଼ିଓ ଟି ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି|
