ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଅନୁଷ୍ଠିତ….. ତା 01/10/2026,ମୈଦାନକେଲ ଜି. ପି. ଏଲ. ଏଫ ଅଫିସ ଠାରେ, ଓଡିଶା ଜୀବିକା ମିଶନ, ଓଡିଶା ସରକାର ଏବଂ କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟ, କେନ୍ଦୁଝରର ମିଳିତ ଆନୁକୂଲ୍ୟରେ “ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ” ଅନୁଷ୍ଠିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମକୁ ଏମବିକେ ଶ୍ରୀମତୀ ରଂଜିତା ମହାନ୍ତ ପରିଚାଳନା କରିଥିଲେ l ମୈଦାନକେଲ ପଂଚାୟତର ବରିଷ୍ଠ ନାଗରିକ ସନାତନ ମହାନ୍ତ, ଖିରୋଦ ମହାନ୍ତ, ମୁନିବର ମହାନ୍ତ, ସହଦେଵ ମହାନ୍ତ ଏବଂ କେନ୍ଦୁଝର ନାଗରିକ ମଞ୍ଚର ଉପସଭାପତି ତଥା କେଡ଼ି ଟ୍ରଷ୍ଟ ପ୍ରତିଷ୍ଠାତା ବରିଷ୍ଠ ନାଗରିକ ସମାଜସେବୀଙ୍କୁ ଫୁଲ ତୋଡ଼ା, ଉତ୍ତରୀୟ ପ୍ରଦାନ ପୂର୍ବକ ଚନ୍ଦନ ପିନ୍ଧାଇ ସମ୍ବର୍ଦ୍ଧିତ ଓଡିଶା ଜୀବିକା ମିଶନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା l ସ୍ୱୟଂଶାହାୟଜ ଗୋଷ୍ଠୀର ମାଆ ମାନେ ଦୀପ ଜଳାଇ ବନ୍ଦାପନା କରି ବରିଷ୍ଠ ନଗରିକ ମାନଙ୍କୁ ଅତିଥି ରୂପେ ସ୍ୱଗତ କରିଥିଲେ l ମୈଦାନକେଲ ସରପଞ୍ଚ ଶ୍ରୀ ଭାଗିରଥି ସିଂଗ ସଂମ୍ମାନନିୟ ଅତିଥି ଭାବରେ ଯୋଗ ଦେଇ ବାରିଷ୍ଟ ନାଗରିକ ମାନଙ୍କ ପାଇଁ ଥିବା ସରକାରୀ ଯୋଜନା ସୁବିଧା ସୁଯୋଗ ବର୍ଣନା କରିଥିଲେ l ବରିଷ୍ଠ ନାଗରିକ ମାନଂକୁ ଆଚରଣରେ ସନମାନ ଦେବାକୁ ଆହ୍ୱାନ ଦେଇଥିଲେ l ମୁଖ୍ୟ ବକ୍ତା ଶ୍ରୀ ଭକ୍ତ ବତ୍ସଳ ମହାନ୍ତି ଭାରତୀୟ ସଂସ୍କୃତି, ଓଡିଶାର ସଂସ୍କୃତି ଓ କେନ୍ଦୁଝର ସଂସ୍କୃତି ଏବଂ ପରମ୍ପରାରେ ବରିଷ୍ଠ ନାଗରିକ ମାନଂକୁ, ବାପାମା,ଶାଶୁ ଶଶୁର,ଜେଜେ ଜେଜେମାଆ, ଅଜା ଆଈ, ବରିଷ୍ଠ ଗୁରୁଜନ ମାନଂକୁ ସନମାନ କରବା, ମର୍ଯ୍ୟାଦାର ସହ ବଞ୍ଚିବାକୁ ଦେବା, ତାଙ୍କର ସେବାଯତ୍ନ କରିବା ଆମର ସାମାଜିକ ଦାୟତ୍ୱ ଏବଂ କର୍ତଵ୍ୟ ରହି ଆସିଛି l କେଉଁଠି ଟିକେ ଅବହେଳା ହେବାରୁ, ସରକାର 2007ରେ ପିତାମାତା ଏବଂ ବରିଷ୍ଠ ନାଗରିକଙ୍କ ରକ୍ଷଣାବେକ୍ଷଣ ଓ କଲ୍ୟାଣ ଆଇନ ପ୍ରାୟନ କରିଛନ୍ତି l ବରିଷ୍ଠ ନାଗରିକଙ୍କ ପାଇଁ ଓଡିଶା ରାଜ୍ୟ ନୀତି 2016 କାର୍ଯ୍ୟକାରୀ ହେଉଛି ବୁଝାଇ ଥିଲେ l ଶେଷ ଭାଗରେ ଓଡିଶା ସରକାରଙ୍କ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସର ବାର୍ତା ପାଠ କରାଯାଇ, ବରିଷ୍ଠ ନାଗରିକ ମାନଂକୁ ଯତ୍ନ ନେବା ପାଇଁ ଗଣ ଶପଥ ପାଠ ଶ୍ରୀ ମହାନ୍ତି କରାଇଥିଲେ l ମାଇଁ ଭାରତ ଯୁବ ସ୍ବେଛାସେବୀ ସମୀର କୁମାର ପାତ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l
