*ତିର୍ତ୍ତୋଲର ୩ ପଞ୍ଚାୟତରେ ପଶିଲା ବନ୍ୟାଜଳ, ୧୦୦ ପରିବାର ପ୍ରଭାବିତ*
*ତିର୍ତ୍ତୋଲ:* ମହାନଦୀରେ ବନ୍ୟା ପରିସ୍ଥିତି ଯୋଗୁଁ ତିର୍ତ୍ତୋଲ ବ୍ଲକର ୩ଟି ପଞ୍ଚାୟତର ୩ଟି ଗାଁରେ ବନ୍ୟାଜଳ ପଶିଛି। ପ୍ରାୟ ୧୦୦ ପରିବାରର ୪୦୦ ଲୋକ ପ୍ରଭାବିତ ହୋଇଛନ୍ତି।
ତରଜଙ୍ଗା ପଞ୍ଚାୟତ କୋଟକଣାର ୧୬ ପରିବାରର ୪୫ ଜଣ, ତିର୍ତ୍ତୋଲ ପଞ୍ଚାୟତ ମୁଣ୍ଡାସାହିର ୪୫ ପରିବାରର ୨୫୦ ଜଣ ଓ ମଣିଜଙ୍ଗା ପଞ୍ଚାୟତ ବେହେରାସାହିର ୪୦ ପରିବାରର ୧୦୦ ଜଣ ପ୍ରଭାବିତ।
ସମସ୍ତେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ – କୋଟକଣା ଲୋକେ ତରଜଙ୍ଗା ହାଇସ୍କୁଲ, ବେହେରାସାହି ଲୋକେ ତାଳଦଣ୍ଡା କେନାଲ ବନ୍ଧ ଓ ମଣିଜଙ୍ଗା ହାଇସ୍କୁଲ ଏବଂ ମୁଣ୍ଡାସାହି ଲୋକେ କେନାଲ ବନ୍ଧରେ ଆଶ୍ରୟ ନେଇଛନ୍ତି। ପ୍ରଶାସନ ପକ୍ଷରୁ ଖାଦ୍ୟ ଯୋଗାଣ ବ୍ୟବସ୍ଥା କରାଯାଇଛି।
ଆଜି ଜନଶୁଣାଣି ପରେ ଜିଲ୍ଲାପାଳ ଜେ. ସୋନାଲ, ଏସପି ଅଙ୍କିତ କୁମାର ବର୍ମା ଏବଂ ସିଡିଓ ଅକ୍ଷୟ କୁମାର ପିଲ୍ଲେ ମୁଣ୍ଡାସାହି ଓ ବେହେରାସାହି ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଥିଲେ।
