ଗଦାଶିଳା କଲ୍ୟାଣ ମଣ୍ଡପ ଠାରେ ଅଙ୍ଗନୱାଡ଼ି କେନ୍ଦ୍ରରେ ‘ଆଙ୍ଗନ କା ଉତ୍ସବ’ ପାଳନ।
ଢେଙ୍କାନାଳ ଓଡ଼ାପଡ଼ା : ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଗଦାଶିଳା ପଞ୍ଚାୟତର କଲ୍ୟାଣ ମଣ୍ଡପ ଠାରେ ସମନ୍ୱିତ ଶିଶୁ ବିକାଶ ଅଙ୍ଗନୱାଡ଼ି କେନ୍ଦ୍ରରେ ‘ଆଙ୍ଗନ କା ଉତ୍ସବ’ ତାରିଖ ୨୭,୨୮,୨୯ ୩ ଦିନ ଧରି ଧୁମଧାମରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ହିନ୍ଦୋଳର ମାନ୍ୟବର ବିଧାୟିକା ଶ୍ରୀମତୀ ସୀମାରାଣୀ ନାୟକ,ସମ୍ମାନିତ ଅତିଥିଭାବେ ଓଡ଼ାପଡ଼ା ବିଡ଼ିଓ ଶ୍ରୀ ଦିଲ୍ଲୀପ କୁମାର ଷଡ଼ଙ୍ଗୀ ଏଵଂ ଏହି କାର୍ଯ୍ୟକ୍ରମର ବିଜେପି ମହିଳା ନେତ୍ରୀ ଉପ ସଭାପତି ଶ୍ରୀମତୀ ଇତିଶ୍ରୀ ସାହୁ,ତଥା ଗଦାଶିଳା ସେକ୍ଟର ସୁପର ଭାଇଜର ମଞ୍ଜୁଲତା ଲାଗୁରି,ଅଙ୍ଗନୱାଡି କର୍ମୀ,ଆଶା କର୍ମୀ,ସହାୟିକା ଏହି ଅବସରରେ ଶିଶୁଙ୍କ ପୁଷ୍ଟି ଓ ସୁସ୍ଥତା ସମ୍ପର୍କରେ ଅଭିଭାବକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥିଲା। ଘରେ ପ୍ରସ୍ତୁତ ପୌଷ୍ଟିକ ଖାଦ୍ୟର ଏକ ବିଶେଷ ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହୋଇଥିଲା। ଉତ୍ସବରେ ବାପା-ମା’ ଓ ଜେଜେବାପା-ଜେଜେମା’ମାନେ ଉତ୍ସାହର ସହ ଯୋଗଦେଇ ଘରେ ପ୍ରସ୍ତୁତ ବିଭିନ୍ନ ପ୍ରକାରର ପୌଷ୍ଟିକ ଖାଦ୍ୟ ଆଣି ପ୍ରଦର୍ଶନ କରିଥିଲେ। ସ୍ଥାନୀୟ ଭାବେ ମିଳୁଥିବା ଶସ୍ୟ,ଡାଲି,ପନିପରିବା ଓ ଅନ୍ୟାନ୍ୟ ପୁଷ୍ଟିକର ଉପାଦାନରେ ପ୍ରସ୍ତୁତ ଖାଦ୍ୟ ଏହି ପ୍ରଦର୍ଶନୀର ମୁଖ୍ୟ ଆକର୍ଷଣ ଥିଲା। ଏଥିମଧ୍ୟରୁ ଶ୍ରେଷ୍ଠ ପୌଷ୍ଟିକ ଖାଦ୍ୟ ପ୍ରସ୍ତୁତ କରିଥିବା ପ୍ରତିଯୋଗୀମାନଙ୍କ ମଧ୍ୟରୁ ପ୍ରଥମ,ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଉତ୍ସବରେ ସମସ୍ତ ୨ ପଞ୍ଚାୟତ ସିମିନଇ ଓ ଗଦାଶିଳାର ଅଙ୍ଗନୱାଡି କର୍ମୀ ବିଧାୟିକାଙ୍କ ପ୍ରତିନିଧି ତଥା ଜିଲ୍ଲା ଉପସଭାପତି ଶ୍ରୀ ସହଦେବ ପୃଷ୍ଟି ଜିଲ୍ଲା ସମ୍ପାଦକ ପ୍ରଶାନ୍ତ କୁମାର ପ୍ରଧାନ ଏବଂ ବିଭିନ୍ନ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ମାନଙ୍କ ସହ ବହୁ ସଂଖ୍ୟାରେ ଅଭିଭାବକ ଏବଂ ପରିବାରର ବୟୋଜ୍ୟେଷ୍ଠ ସଦସ୍ୟମାନେ ଯୋଗଦେଇଥିଲେ। ଶିଶୁଙ୍କ ସୁସ୍ଥ ବିକାଶ ପାଇଁ ପରିବାର,ଅଙ୍ଗନୱାଡ଼ି କେନ୍ଦ୍ର ଓ ସମାଜର ସମନ୍ୱିତ ପ୍ରୟାସ ଆବଶ୍ୟକ ବୋଲି ଏହି ଉତ୍ସବ ମାଧ୍ୟମରେ ବାର୍ତ୍ତା ଦିଆଯାଇଥିଲା। ଢେଙ୍କାନାଳ ରୁ ରିପୋର୍ଟର ବିଷ୍ଣୁ ଚରଣ ସାହୁ ।
