୯ମ ରାଷ୍ଟ୍ରୀୟ ପୋଷଣ ମାସ ୨୦୨୬
ଖଇରିପୁଟରେ ବ୍ଲକସ୍ତରୀୟ ‘ଆଙ୍ଗନ୍ କା ଉତ୍ସବ’ ପାଳିତ
ମାଥିଲି ନିପ୍ରା: (ଭଞ୍ଜଦୂତଖବର)
ଖଇରିପୁଟ ବ୍ଲକ୍ସ୍ତରରେ ୯ମ ରାଷ୍ଟ୍ରୀୟ ପୋଷଣ ମାସ–୨୦୨୬ ଅବସରରେ ‘ଆଙ୍ଗନ୍ କା ଉତ୍ସବ’ କାର୍ଯ୍ୟକ୍ରମ ଉତ୍ସାହର ସହ ପାଳିତ ହୋଇଯାଇଛି। ଶିଶୁ, ଗର୍ଭବତୀ ମହିଳା ଓ ମା’ମାନଙ୍କ ମଧ୍ୟରେ ପୋଷଣ, ସ୍ୱାସ୍ଥ୍ୟ ଓ ସୁସ୍ଥ ଜୀବନଶୈଳୀ ସମ୍ପର୍କରେ ସଚେତନତା ସୃଷ୍ଟି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ଏହି ବ୍ଲକସ୍ତରୀୟ କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ (DSWO), ଖଇରିପୁଟ CDPOଙ୍କ ସମେତ ସମସ୍ତ ସୁପରଭାଇଜର ଓ ଅଙ୍ଗନୱାଡି କର୍ମୀମାନେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ପୋଷଣର ଗୁରୁତ୍ୱ, ଶିଶୁଙ୍କ ଯତ୍ନ ଓ ମାତୃ-ଶିଶୁ ସ୍ୱାସ୍ଥ୍ୟ ସମ୍ପର୍କରେ ଉପସ୍ଥିତ ମହିଳାମାନଙ୍କୁ ସଚେତନ କରାଯାଇଥିଲା।
