*ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଖଡ଼ିଆଳ ଠାରେ ନମାମି ଭାରତମ ବନ୍ଦେ ମାତରଂ କାର୍ଯ୍ୟକ୍ରମ ଅନୁଷ୍ଠିତ।*
ନୂଆପଡା (ମିଖାଏଲ ନନ୍ଦ)
ତା -୨୫/୦୯
ଆଜି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଖଡ଼ିଆଳ ଠାରେ ବନ୍ଦେ ମାତରଂ ର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ନମାମି ଭାରତମ୍ ବନ୍ଦେ ମାତରଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସକାଳ ଠିକ୍ ୧୧ ଘଟିକା ସମୟରେ ସମଗ୍ର ଦେଶରେ ଏକ ସଙ୍ଗରେ ଏକ ସ୍ୱର ଏକ ତାଳରେ ବନ୍ଦେ ମାତରଂ ଗୁଞ୍ଜରିତ ହୋଇଯାଇଛି। ଏହି ଅବସରରେ ଶିଶୁ ବିଦ୍ୟାମନ୍ଦିର ଛାତ୍ର ଛାତ୍ରୀ ସମେତ ଗୁରୁଜୀ ଗୁରୁମା ଅଭିଭାବକ ମାତୃଭାରତୀ ସଦସ୍ୟା ଉପସ୍ଥିତ ରହି ସାମୂହିକ ବନ୍ଦେ ମାତରଂ ଗାନ ରେ ଅଂଶ ଗ୍ରହଣ କରିଥିଲେ। ଏହି ପବିତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନନୀୟ ବିନୋଦ ବିହାରୀ ପାଢ଼ୀ, ମୁଖ୍ୟ ବକ୍ତା ଭାବେ ମାନନୀୟ ସଙ୍କୁଳ ପ୍ରମୁଖ ହୃଷିକେଶ ଦଣ୍ଡସେନା ମହୋଦୟ ଉପସ୍ଥିତ ରହି ବନ୍ଦେ ମାତରଂ ର ମହତ୍ତ୍ୱ ପ୍ରତିପାଦନ କରିବା ସହ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ଜଗଦୀଶ ପୁଟେଲ୍ ଅତିଥି ପରିଚୟ ପ୍ରଦାନ କରିଥିଲେ। ଉପସଭାପତି ଆଦିତ୍ୟ ମହାଉତି ଉପସ୍ଥିତ ରହି ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ଅବସରରେ ବିଦ୍ୟାଳୟ ଆନୁକୂଲ୍ୟରେ ଆହୁରି ମଧ୍ୟ ଭୋଜପୁର, ବିରିଘାଟ, ଖୁଦପେଜ୍ ଠାରେ ନମାମି ଭାରତମ ବନ୍ଦେ ମାତରଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମ କୁ ପରିଚାଳନା କରିବାରେ ସମସ୍ତ ଗୁରୁଜୀ ଗୁରୁମା ସହଭାଗୀ ହୋଇଥିଲେ।
