ପୋଖରୀରେ ବିଷ ଢ଼ାଳି ଦେଲେ ଯୁବକ : ଥାନାରେ ଅଭିଯୋଗ କଲେ ସ୍ଵୟଂ ସହାୟକ ଗୋଷ୍ଠୀ ର ମହିଳା
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ ,ନିପ୍ର)- ମହିଳା ଗ୍ରୁପ ମାନଙ୍କ ଦ୍ଵାରା ମାଛ ଚାଷ କରାଯାଇଥିବା ଏକ ପୋଖରୀରେ ଜଣେ ଯୁବକ ବିଷ ପକାଇବାରୁ ଶହଶହ ମାଛ ମରିଯାଇଥିବା ନେଇ ଅନନ୍ତପୁର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ସୋର ବ୍ଲକ ପାଖର ପଞ୍ଚାୟତ ପାଖର ଗ୍ରାମର ମା ବାସୁଳୀ ଏସଏଚଜି ଗ୍ରୁପର ମହିଳାମାନେ ଚଳିତ ବର୍ଷ ଠାରୁ ତିନିବର୍ଷ ପର୍ଯ୍ୟନ୍ତ ପଞ୍ଚାୟତର ଗଳା ପୋଖରୀକୁ ନିଲାମରେ ନେଇ ମାଛ ଚାଷ କରୁଛନ୍ତି। ପୂର୍ବରୁ ଋଣ କରି ମହିଳାମାନେ ମାଛ ଛାଡିଥିବା ବେଳେ ଗତ କାଲି ୨୦ହଜାର ଟଙ୍କାର ମାଛ ଜାଆଁଳା ଛାଡିଥିଲେ। ମାତ୍ର ଆଜି ସକାଳେ ପୋଖରୀରେ ଶହଶହ ମାଛ ମରି ଭାସୁଥିବା ଦେଖିବାକୁ ପାଇଥିଲେ। ସେହି ଗ୍ରାମର ଭାସ୍କର ପ୍ରଧାନ ନାମକ ଜଣେ ବ୍ୟକ୍ତି ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ପୋଖରୀରେ ବିଷ ପକାଇ ମାଛ ମାରିଥିବାର ନେଇ ଅନନ୍ତପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।
