ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଅର୍ଜ୍ଜୁନ ସେଠୀଙ୍କ ଜୟନ୍ତି
ଆଗରପଡ଼ା, ମାର୍କି ଣ୍ତ ଧଡ଼ା -(ନିପ୍ର) ପ୍ରାକ୍ତନ କେନ୍ଦ୍ର ଜଳସଂପଦ ମନ୍ତ୍ରୀ ସ୍ଵର୍ଗତ ଅର୍ଜ୍ଜୁନ ଚରଣ ସେଠୀଙ୍କ ର ୮୬ତମ ଜନ୍ମ ଜୟନ୍ତି ଉତ୍ସବ ଆଗରପଡ଼ା ହେମପଦ୍ମ ଗାଲାକ୍ସି ଠାରେ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ସେଠୀ ଭଦ୍ରକ ଲୋକସଭା ଆସନରୁ ୮ଥର ସାଂସଦ ଓ ଭଣ୍ଡାରିପୋଖରୀ ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ତାଙ୍କ ପରି ରାଜନେତା ମିଳିବା ବିରଳ ବୋଲି ବହୁ ବିଶିଷ୍ଟ ବ୍ୟକ୍ତି ମତବ୍ୟକ୍ତ କରିଥିଲେ। ତାଙ୍କ ସୁପୁତ୍ର ତଥା ସାଂସଦ ଅଭିମନ୍ୟୁ ସେଠୀ, ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଡାକ୍ତର ରବିନ୍ଦ୍ର ନାୟକ, ବିଜେପି ଜିଲ୍ଲା ସଭାପତି ଭଗବାନ ପଣ୍ଡା,ବଦ୍ରିନାରାୟଣ ଧଳ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ନକୁଳ ସେଠୀ,ଦୁର୍ଗା ଦାସ, ଭରତ ରାଉତ, ପଙ୍କଜିନୀ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ ।ଶିକ୍ଷାବିତ ଡ. ସୁଧାଂଶୁ ଶେଖର ନାୟକଙ୍କ ସଭାପତିତ୍ଵରେ ଆୟୋଜିତ ସଭାରେ ବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡ଼େଇ,କମିଟି ସଭାପତି ରବିନ୍ଦ୍ର ପଣ୍ଡା, ଅକ୍ଷୟ ସିଂହ ହେମନ୍ତ ସିଂହ, ବାବୁ ରାମ ବେହେରା, ମହତାବ ମଣ୍ଡଳ ସଭାପତି ଅମୂଲ୍ୟରତ୍ନ ନନ୍ଦ ପ୍ରମୁଖ ପରିଚାଳନାରେ ସହାୟତା କରିଥିଲେ । ଏହି ଅବସରରେ ଶ୍ରୀ ସେଠୀଙ୍କ ଫଟୋ ପ୍ରଦର୍ଶନୀ, ପ୍ରତିଭାଧାରୀ ମାନଙ୍କୁ ସମ୍ବର୍ଦ୍ଧନା,ରୋଗୀଙ୍କୁ ଫଳ ବଣ୍ଟନ, ବୃକ୍ଷରୋପଣ ଆଦି କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା ।
