ଗଣେଶ ପୂଜା ଭିଡ଼ରେ ଚେନ୍ ଛିଡାଇ ନେଉଥିବା ଗ୍ୟାଙ୍ଗର ଚାରି (୦୪) ଜଣ ଗିରଫ
ତାଳଚେର ଗଣେଶ ପୂଜା ସମୟରେ ଭିଡର ସୁଯୋଗ ନେଇ ଚେନ୍ ଛିଡାଇ ନେଉଥିବା ଅଭିଯୋଗରେ ତାଳଚେର ପୋଲିସ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।ପୂଜା ମଣ୍ଡପ ଓ ଭିଡ ଅଞ୍ଚଳ ରେ ଲୋକଙ୍କ ଅସାବଧାନର ସୁଯୋଗ ନେଇ ଏହି ଗ୍ୟାଙ୍ଗ ଚେନ ଛିଡାଇ ନେଉଥିବା ଜଣା ପଡିଛି। ଗିରଫ ହୋଇଥିବା ଅଭିଯୁକ୍ତ ମାନେ ଅନ୍ତଃ ରାଜ୍ୟ ସ୍ତରରେ ଚୋରି ଓ ଛିନ୍ତାଇ ଘଟଣାରେ ଜଡ଼ିତ ଥିବା ନେଇ ପୋଲିସ ପକ୍ଷରୁ ସନ୍ଦେହ । ସେମାନଙ୍କର ପୂର୍ବ ରୁ ମଧ୍ୟ ଏ ଭଳି ଅପରା ଧିକ ଘଟଣାରେ ସମ୍ପୃକ୍ତ ଥିବା ସୁଚନା ମିଳିଛି ।ତେବେ ଗିରଫ ଅଭିଯୁକ୍ତ ମାନଙ୍କର ଅନ୍ୟ କେଉଁ କେଉଁ ଚୋରି ଓ ଛିନ୍ତାଇ ମାମଲାରେ ସମ୍ପୃକ୍ତି ରହିଛି।ସେ ନେଇ ତାଳଚେର ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି ।
ତାଳଚେର ରୁ କୃତ୍ତିବାସ ନାୟକଙ୍କ ରିପୋର୍ଟ ଭଞ୍ଜ ଦୂତ ଖବର
