*ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହର ସ୍ଥିତ ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ ଏବଂ ଜୟ ମାତା ଦି ଚାଳକ ମହା ସଂଘ ପକ୍ଷରୁ ଦେବ ଶିଳ୍ପୀ ବିଶ୍ୱ କର୍ମା ପୂଜା ଅନୁଷ୍ଠିତ*
ନୂଆପଡା(ମିଖାଏଲ ନନ୍ଦ) ତା:୧୭.୦୯.
ନୂଆପଡ଼ା ଜିଲ୍ଲା ବିଭିନ୍ନ ସହର ଏବଂ ଗ୍ରାମାଞ୍ଚଳ ରେ ଦେବଶିଳ୍ପୀ ବିଶ୍ୱକର୍ମା ଙ୍କ ପୂଜା ଅନୁଷ୍ଠିତ ହୋଇଯାଇଅଛି। ଏହି ପୂଜା ବିଶେଷ କରି ନିର୍ମାଣ ହେଉଥିବା ସଂସ୍ଥା ଗ୍ୟାରେଜ ଏବଂ ଯାନ୍ତ୍ରିକ ଚାଳକ ଦ୍ୱାରା ପୂଜା ଅନୁଷ୍ଠିତ ହେଉଅଛି। ସୃଷ୍ଟି କର୍ତ୍ତା ବ୍ରହ୍ମା ଜଗତ ସୃଷ୍ଟି କରିଥିବା ବେଳେ ଏହି ବିଶ୍ୱ କୁ ସୌନ୍ଦର୍ଯ୍ୟ, ଦିବ୍ୟ ଓ ଭବ୍ୟ ନିର୍ମାଣ ରେ ଭଗବାନ ବିଶ୍ୱକର୍ମାଙ୍କ ସୃଷ୍ଟି ହୋଇଥାଏ। ତେଣୁ ତାଙ୍କୁ ଦେବ ଶିଳ୍ପୀ ମଧ୍ୟ କହିଥାନ୍ତି। ତାଙ୍କୁ ଆଜି ପାରମ୍ପରିକ ପୂଜା ଅର୍ଚ୍ଚନା କରି ତାଙ୍କ ଆଶିଷ ଭିକ୍ଷା କରିଥାନ୍ତି। ଯାହାଙ୍କ ଦ୍ୱାରା ଯାନ୍ତ୍ରିକ ଉପକରଣ ମଧ୍ୟ ପୂଜା କରିଥାନ୍ତି। ଆଜି ଏହି ପୂଜା ଅବସରରେ ନୂତନ ଯାନ ବାହାନ କିଣିବା ଦେଖାଯାଉଥିବା ବେଳେ ନିଜ ଯାନବାହନ କୁ ପୂଜା ଅର୍ଚ୍ଚନା କରିଥାନ୍ତି। ଜୟ ମାତା ଦି ଚାଳକ ମହା ସଂଘ ପକ୍ଷରୁ ଅନୁଷ୍ଠିତ ପୂଜାରେ ତିଲ ହଂସ ସହଧର୍ମିଣୀ କର୍ତ୍ତା ରୂପେ ପୂଜା କରୁଥିବା ବେଳେ ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ ପୂଜାରେ ଅମୋଘ ନାରାୟଣ ପଣ୍ଡା ଦାୟିତ୍ୱ ନିର୍ବାହ କରି ପୂଜା କରିଛନ୍ତି। ଆଜି ଖଡ଼ିଆଳ ର ସମସ୍ତ ଗ୍ୟାରେଜ ରେ ମଧ୍ୟ ପୂଜା ଅନୁଷ୍ଠିତ ହୋଇଅଛି। ବିଶ୍ୱକର୍ମା ଟ୍ରଷ୍ଟ ପକ୍ଷ ରୁ ମଧୁ ବହୁ ଆଡମ୍ବର ରେ ପୂଜା ହୋଇଅଛି।
