ବାଉନ (୫୨) ଫୁଟ ଉଚ୍ଚତାର ଗଣେଶ ମର୍ତ୍ତି ଦର୍ଶନ କଲେ ତାଳଚେର ବିଧାୟକ (ବାପୁ ଭାଇ)
ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ ବ୍ରଜନାଥ ପୁର ଗ୍ରାମ ପଞ୍ଚାୟତ ନିକଟସ୍ତ ରାଧାରମଣ ପୁର ଗ୍ରାମରେ ଆୟୋଜିତ ଗଣେଶ ପୂଜା ମଣ୍ଡପ ପରି ଦର୍ଶନ କରିଛନ୍ତି । ତାଳଚେର ବିଧାୟକ ଶ୍ରୀଯୁକ୍ତ ବ୍ରଜ କିଶୋର ପ୍ରଧାନ (ବାପୁ ଭାଇ) ଏହି ଅବସରରେ ସେ ପ୍ରଭୁ ବିଘିନ୍ନ ବିନାଶକ ଶ୍ରୀ ଗଣେଶଙ୍କ ବାଉନ(୫୨) ଫୁଟ୍ ଉଚ୍ଚତା ବିଶିଷ୍ଟ ବିଶାଳ ମୂର୍ତ୍ତୀ ଦର୍ଶନ କରି ଆଶ୍ରିବାଦ ଲାଭ କରି ଥିଲେ । ଏହି ଭବ୍ୟ ଆୟୋଜନ ପାଇଁ ବିଧାୟକ ଶ୍ରୀ ପ୍ରଧାନ ପୂଜା କମିଟିର ସମସ୍ତ କର୍ମ କର୍ତ୍ତା ଆୟୋଜକ ଓ ସହ ଯୋଗୀ ମାନଙ୍କୁ ଆନ୍ତରିକ ଧନ୍ୟବାଦ ଓ ସାଧୁବାଦ ଜଣାଇଥିଲେ । ଏ ଭଳି ଧାର୍ମିକ ଓ ସାଂସ୍କୃତିକ ଆୟୋଜନ ଅଞ୍ଚଳ ରେ ଭାଇ ଚାରା ଓ ସାମାଜିକ ଏକ ତାକୁ ମଜଭୁତ କରୁଥିବା ସେ ପ୍ରକାଶ କରିଥିଲେ। କାର୍ଯ୍ୟ କ୍ରମରେ ୧୯ ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟ ବିଭୁ ପ୍ରସାଦ ପତିଙ୍କ ସମେତ ଗ୍ରାମର ବହୁ ମାନ୍ୟଗଣ ବ୍ୟକ୍ତି ପୂଜା କମିଟିର ସଦସ୍ୟ ଓ ଶ୍ରଦ୍ଧାଳୁ ମାନେ ଉପସ୍ଥିତ ଥିଲେ ।
ତାଳଚେର ରୁ କୃତ୍ତିବାସ ନାୟକଙ୍କ ରିପୋର୍ଟ ଭଞ୍ଜ ଦୂତ ଖବର
