🌸ନୂଆଁଖାଇ ର
ବୈଦିକ ମହତ୍ତ୍ୱ 🌼
(ଲାୟନ୍ ଡା. ରମେଶ ଅଗ୍ରୱାଲ୍, MJF:ନିପ୍ର)
ନୂଆଁଖାଇ କେବଳ ପଶ୍ଚିମ ଓଡ଼ିଶାର ପର୍ବ ନୁହେଁ,
ଏହାର ମୂଳ ବୈଦିକ ଯୁଗରୁ ସୃଷ୍ଟି
୧. ପଞ୍ଚଯଜ୍ଞ ସହ ସମ୍ପର୍କ –
ବେଦରେ ଋଷିମାନେ କୃଷି ଭିତ୍ତିକ ସମାଜ ପାଇଁ “ପଞ୍ଚଯଜ୍ଞ” କହିଛନ୍ତି
ସୀତାଯଜ୍ଞ
– ଜମି ଚାଷ କରିବା
ପ୍ରବପନ ଯଜ୍ଞ
– ବିହନ ବୁଣିବା
ପ୍ରାଲମ୍ବନ ଯଜ୍ଞ
– ପ୍ରଥମ ଫସଲ କାଟି ଦେବୀଙ୍କୁ ଅର୍ପଣ କରିବା
ଖଳ ଯଜ୍ଞ
– ଅମଳ କରିବା
ପ୍ରୟନ ଯଜ୍ଞ
– ଫସଲ ସଂରକ୍ଷଣ କରିବା
ନୂଆଁଖାଇ ହେଉଛି ସେହି ତୃତୀୟ ଯଜ୍ଞ 👇
– ପ୍ରାଲମ୍ବନ ଯଜ୍ଞର ଆଧୁନିକ ରୂପ। ପ୍ରଥମ ଶସ୍ୟକୁ ନିଜେ ନ ଖାଇ ଦେବତାଙ୍କୁ ଅର୍ପଣ କରିବା।
୨. ନବାନ୍ନ ତତ୍ତ୍ୱ –
ବେଦରେ ଏହାକୁ “ନବାନ୍ନେଷ୍ଟି”
କୁହାଯାଏ। ମନୁସ୍ମୃତି ଓ ଗୃହ୍ୟ ସୂତ୍ରରେ କୁହାଯାଇଛି – ନୂଆ ଧାନ ଆସିଲେ ପ୍ରଥମେ ଅଗ୍ନି, ପିତୃ ଓ ଦେବତାଙ୍କୁ ଭୋଗ ଦେଇ ତା’ପରେ ନିଜେ ଖାଇବା ଉଚିତ୍। ଏହା ହିଁ 🙏”ଦେବ ଭୋଗ୍ୟ ପରେ ମନୁଷ୍ୟ ଭୋଗ୍ୟ”ନୀତି।
୩. ଅନ୍ନ ବ୍ରହ୍ମ –
“ଅନ୍ନଂ ବ୍ରହ୍ମେତି ବ୍ୟଜାନାତ୍”- ତୈତ୍ତିରୀୟ ଉପନିଷଦ୍।
ନୂଆଁଖାଇରେ ଅନ୍ନକୁ ବ୍ରହ୍ମ ରୂପେ ପୂଜା କରାଯାଏ। ମା’ ସମଲେଶ୍ୱରୀ, ପାଟଣେଶ୍ୱରୀ, ମାଣିକେଶ୍ୱରୀଙ୍କୁ ନବାନ୍ନ ଅର୍ପଣ – ଏହା ପ୍ରକୃତି ପ୍ରତି କୃତଜ୍ଞତା।
୪. ଇତିହାସ –
ଚତୁର୍ଦଶ ଶତାବ୍ଦୀରେ ଚୌହାନ ରାଜା ରାମାଇ ଦେବ ଏହି ବୈଦିକ ପ୍ରାଲମ୍ବନ ଯଜ୍ଞକୁ ରାଜକୀୟ ପର୍ବ ରୂପେ ପ୍ରତିଷ୍ଠା କଲେ, ଯାହା ଦ୍ୱାରା ଶିକାର ସମାଜରୁ କୃଷି ସମାଜକୁ ପରିବର୍ତ୍ତନ ହେଲା। ଏଥିପାଇଁ ଏହି ପବିତ୍ର ପର୍ବରେ ମାଂସାହାର ବର୍ଜିତ।
ତେଣୁ ନୂଆଁଖାଇ = ବୈଦିକ ନବାନ୍ନେଷ୍ଟି + କୃତଜ୍ଞତା ଯଜ୍ଞ + ଅନ୍ନ ବ୍ରହ୍ମ ଉପାସନା।
୫. ପାଞ୍ଚ ପର୍ବ –
ବୈଦିକ ଯଜ୍ଞ ପରି ନୂଆଁଖାଇରେ ମଧ୍ୟ ୫ ଟି ଅଙ୍ଗ ଅଛି, ଏହା ୪୦ ଦିନ ଧରି ଚାଲେ –
ବେହେରେନ୍ –
ଲଗ୍ନ ଧାର୍ଯ୍ୟ କରିବା (ବୈଦିକ ମୁହୂର୍ତ୍ତ ନିର୍ଣୟ)
ଲଗ୍ନ ଦେଖା –
ବିଶିଷ୍ଟ ବ୍ରାହ୍ମଣ ଦ୍ୱାରା ଶୁଭ ସମୟ
ଡୋରି ଭାବନା –
ନିମନ୍ତ୍ରଣ (ଆମନ୍ତ୍ରଣ ଯଜ୍ଞ)
ଚାଉର ଛଡା –
ନୂଆ ଚାଉଳରୁ ଅରୁଆ ପ୍ରସ୍ତୁତ
ନବାନ୍ନ ଅର୍ପଣ –
ଦେବୀଙ୍କୁ ଭୋଗ, ତା’ପରେ ନିଜେ ଗ୍ରହଣ
୬. ନୂଆଁଖାଇ ଜୁହାର –
ବୈଦିକ ଅଭିବାଦନ 🙏
“ମାତୃବତ୍, ପିତୃବତ୍, ଆଚାର୍ଯ୍ୟବତ୍”
– ତୈତ୍ତିରୀୟ ଉପନିଷଦ୍। ବଡମାନଙ୍କୁ ଜୁହାର କରି ଆଶୀର୍ବାଦ ନେବା ଏହି ବୈଦିକ ପରମ୍ପରାର ରୂପ।🙏
୭. ସଫା ସୁତୁରା ଓ ଝୋଟି –
ଶୁଦ୍ଧି ଯଜ୍ଞ –
ପର୍ବ ପୂର୍ବରୁ ଘର ଲିପାପୋଛା, ଝୋଟି ଚିତା।
ଏହା ବୈଦିକ ଶୌଚ ଓ ମଣ୍ଡଳ ପରିକଳ୍ପନା – ଯେଉଁଠି ଲକ୍ଷ୍ମୀ ଆସନ୍ତି।🔆
୮. ଗୋ-ପୂଜା -🪷
ନୂଆଁଖାଇ ଦିନ ଗାଈକୁ ପୂଜା କରାଯାଏ। ବେଦରେ ଗାଈ – “ଗାବୋ ବିଶ୍ୱସ୍ୟ ମାତରଃ”।
ନୂଆଁଖାଇ ହେଉଛି ଓଡ଼ିଶାର ଋଷିକୃଷି ପରମ୍ପରାର ଜୀବନ୍ତ ବେଦ।
ପ୍ରଥମେ ପ୍ରକୃତିକୁ, ଦେବତାଙ୍କୁ, ପିତୃଙ୍କୁ, ତା’ପରେ ନିଜେ ଖାଇବା – ଏହା ହିଁ ଭାରତୀୟ ସଂସ୍କୃତିର ମୂଳମନ୍ତ୍ର।
