*ସଂଗଠନକୁ ସୁଦୃଢ଼ କରିବାକୁ ନୂଆପଡ଼ା ବିଜେପି କାର୍ଯ୍ୟକାରିଣୀରେ ଆହ୍ୱାନ*
ନୂଆପଡା(ମିଖାଏଲ ନନ୍ଦ) ତା:୧୨.୦୯.
ନୂଆପଡ଼ା ଜିଲ୍ଲା ସଦର ମହକୁମା ସ୍ଥିତ ବିଜେପି ଜିଲ୍ଲା କାର୍ଯ୍ୟାଳୟ ପରିସର ମଧ୍ୟରେ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ, ଦଳୀୟ ସଂଗଠନ ଏବଂ ଦାୟିତ୍ୱ କୁ ନିଷ୍ଠା ସହ ପାଳନ କରିବାକୁ ଆହ୍ୱାନ କରିଛନ୍ତି। ଜିଲ୍ଲାରେ ଭାରତୀୟ ଜନତା ପାର୍ଟି ସରକାରଙ୍କ ବିଭିନ୍ନ ଯୋଜନା ର ସଫଳ କାର୍ଯ୍ୟକାରିତା, ଦଳୀୟ ସଙ୍ଗଠନ ଏବଂ ନୂତନ ରୂପେ ଦାୟିତ୍ୱ ନେଇଥିବା କର୍ମକର୍ତ୍ତା ନିଷ୍ଠା ସହ ନିଜ ଦାୟିତ୍ୱକୁ ସମ୍ପାଦନ କରିବାକୁ ଆହ୍ୱାନ କରିଛନ୍ତି। ଆଜି ବୈଠକ ରେ ଜିଲ୍ଲା ସଭାପତି କମଲେଶ ଦୀକ୍ଷିତ ଅଧ୍ୟକ୍ଷତା କରିଥିବା ବେଳେ ରାଜ୍ୟ ସମ୍ପାଦକ ସାରଦା ଶତପଥୀ ଯୋଗ ଦେଇ କର୍ମୀ ଙ୍କୁ ଆହ୍ୱାନ, ଦଳ ପାଇଁ ଜୀବନରେ ଉସର୍ଗୁକୃତ୍ ସେବା କରି ବରିଷ୍ଠ କର୍ମକର୍ତ୍ତା ହେବାକୁ ଆଗେଇ ଆସିବାକୁ କହିଥିଲେ। ଜିଲ୍ଲା ପ୍ରଭାରୀ ଆର୍ତ୍ତ ବଲ୍ଲଭ, ରାଜ୍ୟ ବରିଷ୍ଠ ନେତା ବସନ୍ତ କୁମାର ପଣ୍ଡା, ପୂର୍ବତ୍ତନ ବିଧାୟକ ହିତେଶ ବଗର୍ତ୍ତି ପ୍ରମୁଖ ଯୋଗ ଦେଇଥିଲେ। ସଭାରେ ବହୁ କର୍ମୀ ସାମିଲ ହୋଇ କାର୍ଯ୍ୟକାରିଣୀ ବୈଠକ ର ଉଦ୍ଦେଶ୍ୟ ଉପରେ ଗୁରୁତ୍ୱ ଦେଇଥିଲେ।
