ସଡ଼କ ଦୁର୍ଘଟଣାରେ ଯାତ୍ରାପାର୍ଟି ମାଲିକଙ୍କ ସମେତ ତିନି ଆହତ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର)::: ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗର ରେଳ ଓଭରବ୍ରିଜ୍ ନିକଟରେ ତହସିଲ ଏବଂ ପୋଲିସ ଦ୍ୱାରା ରାସ୍ତାକଡ଼ରେ ପଡ଼ିଥିବା ବେଆଇନ ଜବତ ପଥରକୁ ଧକ୍କା ଦେଲା କାର୍। ଧକ୍କା ଦେବା ଫଳରେ ଯାତ୍ରା ପାର୍ଟି ମାଲିକଙ୍କ ସମେତ ୩ ଜଣ ଆହତ ହୋଇଛନ୍ତି। ସୂଚନା ଅନୁସାରେ ଯାତ୍ରା ପାର୍ଟି ‘ରାଜନନ୍ଦିନୀ’ର ମାଲିକ ଇଂ. ସ୍ମୃତିରଞ୍ଜନ ପଲେଇ ଓ ତାଙ୍କର ଦୁଇଜଣ ସହଯୋଗୀ ଏକ ଟାଟା ନେକ୍ସନ୍ କାର୍ ଯୋଗେ ବାଲେଶ୍ବରରୁ ଭଦ୍ରକ ଫେରୁଥିଲେ | ତେବେ ପୁଲିସ ଦ୍ବାରା ଜବତ କରାଯାଇ ରାସ୍ତାକଡ଼ରେ ରଖାଯାଇଥିବା ପଥରକୁ ଗାଡ଼ିଟି ଧକା ଦେଇଥିଲା| ଏହି ଦୁର୍ଘଟଣାରେ ଶ୍ରୀ ପଲେଇ ଓ ଦୁଇ ସାଥୀ ଆହତ ହୋଇଥିଲେ। ଖବର ପାଇ ସୋର ପୁଲିସ ପହଞ୍ଚି ସମସ୍ତ ଆହତଙ୍କୁ ସୋର ଡାକ୍ତରଖାନାରେ ଭର୍ତି କରିଥିଲା | ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି|
