ଗୁରୁ ଦିବସ ପାଳନ ଅବସରରେ ବିଭିନ୍ନ ବିଦ୍ୟାଳୟରେଏକଲବ୍ୟ ପୁରସ୍କାର ବିତରଣ
————————
ବନ୍ତ ( ନିପ୍ର) ହାଟଡିହି ବ୍ଲକ ଅନ୍ତର୍ଗତ ପଢିଆରିପଲ୍ଲୀ ଗ୍ରାମପଞ୍ଚାୟତ ଥିବା ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଏ ସି ବି ଫାଉଣ୍ଡେସନ କାହାଳିଆଗଢିଆ ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପବିତ୍ର ସ୍ମରଣୀୟ ଗୁରୁ ଦିବସ ପାଳନ ଅବସରରେ ବିଭିନ୍ନ ବିଦ୍ୟାଳୟଯଥା ସିଦ୍ଧେଶ୍ୱର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କାହାଳିଆଗଢିଆ , କୁରାଢି ଘସା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, , ଝୁଣାବାଡି ସରକାରୀ ପ୍ରାଥମିକ ବିଦ୍ୟାଳୟ, ମହୁଲ ପଙ୍ଖା ପ୍ରାଥମିକ ବିଦ୍ୟାଳୟ, ମଡ଼େଇ ସାହି ପ୍ରାଥମିକ ବିଦ୍ୟାଳୟ,ବଣିଆପଙ୍କ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଜଡ଼ା ବାଙ୍କ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପି ପି ସରକାରୀ ଉଚ୍ଚ ବିଦ୍ୟାଳୟ ବଣିଆପଙ୍କ, ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଧନୁର୍ଜୟ ପୁର, ସରକାରୀ ଉଚ୍ଚ ବିଦ୍ୟାଳୟ ବାଙ୍ଗୋର, ବାଳିକା ଉଚ୍ଚ ବିଦ୍ୟାଳୟ ବାଙ୍ଗୋର,ବଉଳା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ କୁଶଟିକିରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆଦି ନିକଟସ୍ଥ ବିଭିନ୍ନ ପଞ୍ଚାୟତ ରେ ଥିବା ବିଭିନ୍ନ ବିଦ୍ୟାଳୟ ମାନଙ୍କରେ ଭକ୍ତି, ଶୃଙ୍ଖଳା କର୍ତ୍ତବ୍ୟନିଷ୍ଠା, ନମ୍ରତା,କଠୋର ସାଧନା,ସମୟାନୁବରତ୍ତୀ, ସଂସ୍କାର ଧର୍ମୀ ଆଦି ନୈତିକ ଓ ସାମଗ୍ରିକ ଶିକ୍ଷାରେ ଶ୍ରେଷ୍ଠ ଛାତ୍ର ଛାତ୍ରୀ ମାନଙ୍କୁ ଗୁରୁ ଶିଷ୍ୟ ର ପରମ୍ପରା ପ୍ରତୀକ ସ୍ଵରୂପ “ଏକଲବ୍ୟ ପୁରସ୍କାର ୨୦୨୬”ଗୁରୁ ପୂଜନ ଓ ପୁରସ୍କାର ବିତରଣ ସଭା ଅନୁଷ୍ଠିତ ହୋଇଯାଇଅଛି।ଉକ୍ତସଭାମାନଙ୍କରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟିତ୍ରୀ ଯଥା ପ୍ରଫୁଲ୍ଲ କୁମାର ଦାସ, ଲକ୍ଷ୍ମୀ ଧରନାୟକ, ସୁରେଶ କୁମାର ଖମାରୀ, ଜଗନ୍ନାଥ ବେହେରା,ଗୋଲକ ଚନ୍ଦ୍ର ପୁହାଣ, ଅଭିମନ୍ୟୁ ବେହେରା,ମାଧବ ଚନ୍ଦ୍ର ମଢେଇ, ରବିନାରାୟଣ ଦାସ ମହାପାତ୍ର,ନିରୋଦ କୁମାର ମହାନ୍ତି, ସସ୍ମିତା ଜେନା ଓ ସସ୍ମିତା ନାୟକ ଆଦି ସହଯୋଗ କରିଥିଲେ।ଉକ୍ତ ପବିତ୍ର ସ୍ମରଣୀୟ ଗୁରୁ ଦିବସ ପାଳନ ଓ ନୈତିକ ଓ ସାମଗ୍ରିକ ଶିକ୍ଷାର ଶ୍ରେଷ୍ଠ ଛାତ୍ର ଛାତ୍ରୀ ମାନଙ୍କୁ ଗୁରୁ ଶିଷ୍ୟ ର ପବିତ୍ରପରମ୍ପରା ର ପ୍ରତୀକ ସ୍ଵରୂପ ଏକଲବ୍ୟ ପୁରସ୍କାର ବିତରଣ ସଭା ବିଶେଷ କରି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଧନୁର୍ଜୟ ପୁର ଠାରେ ଅନୁଷ୍ଠିତ ହୋଇଯାଇଅଛି। ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ଗୁରୁ ପୂଜନ ଓ ଭାରତ ବର୍ଷର ସର୍ବୋଚ୍ଚ ଆସନରେ ଅଳଙ୍କୃତ ହୋଇଥିବା ପୁର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ଙ୍କ ଜନ୍ମ ଦିବସ ପାଳନ ଅବସରରେ ଚଳିତ ବର୍ଷ ଭକ୍ତି, ଶୃଙ୍ଖଳା,ନମ୍ରତା କର୍ତ୍ତବ୍ୟନିଷ୍ଠା, ବଳିଷ୍ଠ ସାଧନା, ସମୟାନୁ ବର୍ତ୍ତିତା, ସଂସ୍କାର ଧର୍ମୀ, ଆଦି ନୈତିକ ଓ ସାମଗ୍ରିକ ଶିକ୍ଷାର ଶ୍ରେଷ୍ଠ ଛାତ୍ର ଛାତ୍ରୀ ମାନଙ୍କୁ ଗୁରୁ ଶିଷ୍ୟ ପରମ୍ପରା ପ୍ରତୀକ ସ୍ଵରୂପ “ଏକଲବ୍ୟ ପୁରସ୍କାର ୨୦୨୬”ବିତରଣ ସଭା ରେ ପ୍ରଧାନ ଶିକ୍ଷକ ତଥା ସଭାପତି ପ୍ରଫୁଲ୍ଲ କୁମାର ଦାସ ମହୋଦୟ ସଭାପତିତ୍ବକଲାବେଳେ, ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ତଥା ବରିଷ୍ଠ ସମାଜ ସେବୀ ଓ ଆଧ୍ୟାତ୍ମିକବାଦି ଅଜୟ କୁମାର ନାୟକ ମହୋଦୟ ମୁଖ୍ୟ ଅତିଥି ଭାବେ,ଏ ସି ବି ଫାଉଣ୍ଡେସନ କାହାଳିଆଗଢିଆ ର ଉପଦେଷ୍ଟା ଅର୍ଜୁନ ଚରଣ ଶତପଥୀ ମହୋଦୟ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ। ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ।ଉକ୍ତ ସଭାରେ ବରିଷ୍ଠ ଶିକ୍ଷକ ଅଚ୍ୟୁତାନନ୍ଦ ସେଠୀ ମହୋଦୟ ମଞ୍ଚ ପରିଚାଳନା କରିଥିଲେ। ଗୁରୁ ପୂଜନ କାର୍ଯ୍ୟକ୍ରମରେ ସର୍ବ ପଲ୍ଲୀ ରାଧାକ୍ରିଷ୍ଣନ୍ ଙ୍କ ଫଟୋଚିତ୍ର ରେ ମାନ୍ଯ ଗଣ୍ୟ ଅତିଥି ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପୁଷ୍ପମାଲ୍ୟ ଅର୍ପଣ କରିବା ସଙ୍ଗେ ସଙ୍ଗେ ପ୍ରଦୀପ ପ୍ରଜ୍ଜ୍ୱଳନ, କରାଯାଇ ଗୁରୁ ବନ୍ଦନା କରାଯାଇଥିଲା। ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ଗୁରୁ ଓ ଗୁରୁଜୀ ମା ମାନଙ୍କୁ ପୂଜା ଅର୍ଚ୍ଚନା ସହ ଗଭୀର ଭକ୍ତିପୂତ ପ୍ରଣାମ କରିଥିଲେ ଏବଂ ଗୁରୁ ଦିବସ ବିଷୟରେ ଛାତ୍ର ଛାତ୍ରୀ ମାନେ ସମ୍ୟକ ଭାଷଣ ଦେଇଥିଲେ।ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ସଭାପତି ତଥା ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଗୁରୁ ଦିବସ ର ମାହାତ୍ମ୍ୟ ଓ ଏକଲବ୍ୟ ପୁରସ୍କାର ବିଷୟରେ ସମ୍ୟକ ଅଭିଭାଷଣ ରଖିଥିଲେ। ତତ୍ପରେ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ପ୍ରଧାନ ଶିକ୍ଷକ ଶ୍ରେଷ୍ଠ ଛାତ୍ର ଛାତ୍ରୀ ମାନଙ୍କୁ ଏକଲବ୍ୟ ପୁରସ୍କାର ସୂରୁପ ଏକ ଷ୍ଟିଲ ପାଣି ବୋତଲ, ଏକ ମେଡାଲ ଓ ପଠୋପକରଣ ବିତରଣ କରାଯାଇ ସଭା ସାଙ୍ଗ କରାଯାଇଥିଲା।
