ମୋରଡା ବ୍ଲକ ରେ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ରେ ଗୁରୁଦିବସ ପାଳିତ
ମୋରଡା,୫/୯ ମୟୂରଭଞ୍ଜ ଜିଲା ମୋରଡା ବ୍ଲକର ବିଭିନ୍ନ ସ୍ଥାନରେ ଗୁରୁ ଦିବସ ପାଳିତ ହୋଇଯାଇଛି। ଉକ୍ତ ବ୍ଲକ ଅଧୀନ ଚିତ୍ରଡାସ୍ଥିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ ବିସିସି କ୍ଲାସେସରେ ଗୁରୁଦିବସ ପାଳନ ହୋଇଯାଇଛି। ଅନୁଷ୍ଠାନର ପ୍ରତିଷ୍ଠାତା ସ୍ମାରକ ମାଜୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପିକା, ଅଧ୍ୟାପକଙ୍କ ସହିତ ଛାତ୍ରୀଛାତ୍ର ମାନେ ଉପସ୍ଥିତ ଥିଲେ। ସର୍ବ ପ୍ରଥମେ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଛାତ୍ରୀଛାତ୍ର ମାନେ ଉପସ୍ଥିତ ଅଧ୍ୟାପିକା ଅଧ୍ୟାପିକ ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ପରେ ଧୂପ, ଚନ୍ଦନ ଲଗାଇଥିଲେ l ଏହି ପରିପ୍ରେକ୍ଷୀରେ ଗୁରୁ ଓ଼ ଛାତ୍ରର ସମ୍ପର୍କର ମୂଲ୍ୟବୋଧ ବାବଦରେ ଛାତ୍ରୀଛାତ୍ରଙ୍କୁ ଅବଗତ କରାଯାଇଥିଲା।
ସେହିପରି ବ୍ଲକର ନୂଆଗାଁସ୍ଥିତ ବାବା ଜଟେଶ୍ୱର ମହାବିଦ୍ୟାଳୟରେ ଗୁରୁ ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅଧକ୍ଷା ମିନତୀରାଣୀ ପାତ୍ର ଓ଼ ସମସ୍ତ ଅଧ୍ୟାପିକାଅଧ୍ୟାପକ ଉପସ୍ଥିତ ରହି ଅଞ୍ଚଳର ବରିଷ୍ଠ ଶିକ୍ଷାବିତ ଅବସରପ୍ରାପ୍ତ ଅଧକ୍ଷ ସଞ୍ଜୀବ କୁମାର ନାଏକ,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସଚିନ୍ଦ୍ରନାଥ ମହାନ୍ତ,ସହକାରୀ ଶିକ୍ଷକ ବିଜୟ କୁମାର ମହାନ୍ତଙ୍କୁ ସମ୍ବର୍ଦ୍ଧନା କରିଥିଲେ। ଉକ୍ତ ବ୍ଲକ ଅଧୀନ ବରକନ୍ଦସ୍ଥିତ ବିବେକାନନ୍ଦ ଗୁରୁକୁଳରେ ପ୍ରଧାନ ଶିକ୍ଷକ କମଳା କାନ୍ତ ବେହେରାଙ୍କ ସଭାପତିତ୍ୱରେ ଗୁରୁ ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅବସରପ୍ରାପ୍ତ ପ୍ରାଧ୍ୟାପକ ବସନ୍ତ କୁମାର ମହାନ୍ତ, ବିବେକାନନ୍ଦ ଗୁରୁକୁଳର ଉପଦେଷ୍ଟା ସଚ୍ଚିଦାନନ୍ଦ ପାଳ ଓ ବିଜନ କୁମାର ନାୟକ ଏହି ପବିତ୍ର ଗୁରୁପୂଜନ ଉତ୍ସବ ସୁଚାରୁ ଭାବରେ ପରିଚାଳନା କରିଥିଲେ। ଆଜିର ଏହି ଗୁରୁପୂଜନ ଉତ୍ସବରେ ୩୦ଜଣ ଅବସର ପ୍ରାପ୍ତ ଶିକ୍ଷକ ମାନଙ୍କୁ ମାନପତ୍ର, ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା। ଗୁରୁକୁଳର ପ୍ରତିଷ୍ଠାତା ଲୋକନାଥ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।
ମୟୂରଭଞ୍ଜରୁ ମୋନାଲୀ ସାହୁଙ୍କ ରିପୋର୍ଟ ଭଞ୍ଜଦୂତ ଖବର
