ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ସରସ୍ଵତୀ ଶିଶୁବିଦ୍ୟା ଭବନ ରେ ପାଳିତ ହୋଇଯାଇଛି ବେଲଗୁଣ୍ଠା-:4/09/2026-:(ଶିବରାମ ଚୌଧୁରୀ )-ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ମହୋତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସ୍ୱାମୀ ସତ୍ୟାନନ୍ଦ ଗିରି କେନ୍ଦ୍ରିୟ ମାର୍ଗଦର୍ଶକ ବିଶ୍ଵ ହିନ୍ଦୁ ପରିଷଦ ତଥା ଅଖିଳ ଭାରତ ସନ୍ଥ ସମିତି ଓଡ଼ିଶା ପ୍ରଦେଶ ଅଧ୍ୟକ୍ଷ ଉପସ୍ଥିତ ରହି ଭଗବାନ ଶ୍ରୀକୃଷ୍ଣ ମହିମା ସହିତ ସମସ୍ତ ଶିଶୁ ଶ୍ରୀକୃଷ୍ଣଭଳି ଆଦର୍ଶବାନ୍ ମହାନ ହେବ। କଥା ଉପଦେଶାତ୍ମକ ବକ୍ତବ୍ୟ ପ୍ରଧାନ କରିଥିଲେ । ବିଶିଷ୍ଟ ଅତିଥି ଭାବେ ସୂର୍ଯ୍ୟନାରାୟଣ ପାତ୍ର ବିଦ୍ୟାଳୟର ସଂପାଦକ ଉପସ୍ଥିତ ରହି ପବିତ୍ର ଜନ୍ମାଷ୍ଟମୀ ପାଳନର ମହତ୍ଵ ଆଲୋକପାତ କରିଥିଲେ । ସମ୍ମାନୀତ ଅତିଥିଭାବେ ସୁରେଶ ଚ଼ନ୍ଦ୍ର ମହାପାତ୍ର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଓ ଅଜିତ୍ କୁମାର ପଣ୍ଡା ଶିକ୍ଷକ ତଥା ହାସ୍ୟ ଅଭିନେତା ଉପସ୍ଥିତ ରହିଥିଲେ । ପ୍ରମୋଦ ଗୁରୁଜୀ ଅତିଥିମାନଙ୍କ ପରିଚୟ ପ୍ରଦାନ କରି ସ୍ଵାଗର୍ତ ସମ୍ବର୍ଦ୍ଧିନା କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶିବରାମ ପ୍ରଧାନ ସ୍ୱାଗତ ଭାଷଣ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରାରମ୍ଭଠାରୁ 2ୟ ଶ୍ରେଣୀ ପର୍ଯ୍ୟନ୍ତ ଶାଖା ବିଦ୍ୟାଳୟର ବିଡ଼ିପୁର ତନରଡ଼ା ଓ ଇଙ୍ଗନାଠୀ ର ପ୍ରାୟ 200 ରୁ ଅଧିକ ଶିଶୁ ରାଧା, କୃଷ୍ଣ, ବଳରାମ ବେଶ ପଡ଼ି ଆସିଥିଲେ । ସେମାନଙ୍କମଧ୍ୟରେ ବେଶ ପ୍ରତିଯୋଗିତା କରାଯାଇ ଅତିଥିମାନଙ୍କଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା ଉଚ଼ ଶ୍ରେଣୀର ପିଲାମାନଙ୍କ ର ଆଧ୍ୟାତ୍ମିକ ନାଚ଼ଗୀତ ପରିବେଶଣ ହୋଇଥିଲା ବିଦ୍ୟାଳୟର ସମସ୍ତ ଗୁରୁମା, ଗୁରୁଜୀଙ୍କ ଆନ୍ତରିକ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା ପରି ଶେଷରେ ସମସ୍ତଙ୍କୁ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶିବରାମ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ସେହିପରି ,ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ବେଲଗୁଣ୍ଠା ପରିସରରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି ,ପରିଚାଳନା ସମିତି ର ଉପଦେଷ୍ଟା ରବୀନ୍ଦ୍ର ନାଥ ରଥ,ସଭାପତି ବିଜୟ କୁମାର ସ୍ୱାଇଁ,ଉପସଭାପତି କାଳୀଚରଣ ପାଢ଼ୀ ,ସମ୍ପାଦକ ପବିତ୍ର କୁମାର ସାହୁ ଯୋଗଦେଇଥିବା ବେଳେ ବହୁ ଅଭିଭାବିକା ମାନେ ଯୋଗଦେଇ ନନ୍ଦ ଉତ୍ସବ, ଦାଧିଭାଣ୍ଡ ଭଞ୍ଜନ,ଓ ବାଙ୍କ ବିହାରୀ ଙ୍କୁ ରଥାରୂଢ଼ କରି ମହା ଆଡମ୍ବରରେ ପାଳିତ ହୋଇଯାଇଛି।
