*ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିନସ୍ଥ କାର୍ଯ୍ୟରତ ସମସ୍ତ ଆଶାଙ୍କ ୬ ମାସ ଆର୍ଥିକ ସହାୟତା ପ୍ରଦାନ ଦାବୀ ରେ ଆନ୍ଦୋଲନ, କାର୍ଯ୍ୟ ବନ୍ଦ ଡାକରା*
ନୂଆପଡା(ମିଖାଏଲ ନନ୍ଦ) ତା:୩୧.୦୮.
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିନସ୍ଥ କାର୍ଯ୍ୟରତ ସମସ୍ତ ଆଶାଙ୍କ ୬ ମାସ ଆର୍ଥିକ ସହାୟତା ପ୍ରଦାନ ଦାବୀ ରେ ଆନ୍ଦୋଲନ, କାର୍ଯ୍ୟ ବନ୍ଦ ଡାକରା ଦେଇଛନ୍ତି। ଆଶା କର୍ମୀ ମାନେ ଗ୍ରାମାଞ୍ଚଳ ରେ ସ୍ୱାସ୍ଥ୍ୟ ସେବାକୁ ଲୋକାଭିମୁଖି କରିବା ପାଇଁ ମୁଖ୍ୟ ଓ ପ୍ରାର୍ଥମିକ କର୍ମୀ ଭାବରେ କାର୍ଯ୍ୟରତ। ତାଙ୍କୁ ଦୈନିକ ୨୫୦ ଟଙ୍କା ଭାବରେ ୭୨୫୦ ଟଙ୍କା ଭାବରେ ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ରେ କାର୍ଯ୍ୟରତ ଆଶାଙ୍କୁ ଫଣ୍ଡ ଆସି ନଥିବା କହି ୬ ମାସ ପର୍ଯ୍ୟନ୍ତ ସହାୟତା ପ୍ରଦାନ ବିଳମ୍ବ ହୋଇଥିବା ବେଳେ ବର୍ତ୍ତମାନ ନୂତନ ରୂପେ ଯୋଗ ଦାନ କରିଥିବା ସ୍ୱାସ୍ଥ୍ୟ ଅଧିକାରୀଙ୍କ ଡିଡି କ୍ଷମତା ଦିଆ ଯାଇନଥିବାରୁ ଏହି ଆର୍ଥି ସହାୟତା ପ୍ରଦାନ ବିଳମ୍ବ ହୋଇଅଛି। ଆର୍ଥିକ କ୍ଷମତା ପ୍ରଦାନ ପାଇଁ ବିଭାଗ ପକ୍ଷ ରୁ ପତ୍ରାଳାପ ହୋଇଥିବା ବେଳେ ତୁରନ୍ତ ଆର୍ଥିକ ସହାୟତା ପ୍ରଦାନ ହେବ ବୋଲି ସ୍ୱାସ୍ଥ୍ୟ ଅଧିକାରୀ ଡଃ. ଦିଲୀପ କୁମାର ଦୋରା ପ୍ରକାଶ କରିଛନ୍ତି। ଅପର ପକ୍ଷେ ଆଶାଙ୍କ ଆର୍ଥିକ ସହାୟତା ରାଶି ଆସନ୍ତା ନୂଆଁଖାଇ ପର୍ବ ପାଳନ ପୂର୍ବରୁ ପ୍ରଦାନ ନକଲେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ହେବ।
