Slug. ଜୀବିତ ଯୁବଙ୍କୁ ମୃତ କଲା ପୋଲିସ
Gokula Nanda Behera
Format. Pkg
Ancher. ପୋଲିସ ଦେଲା ଭୁଲ ଖବର. ପରିବାର କଲେ ଶବ ସଂସ୍କାର. ଶବ ଦାହ ଠାରୁ ଶୁଦ୍ଧିକ୍ରିୟା ମଧ୍ୟ ସାରିଲେ. ଆଉ ମଲା ପୁଅ ଦେଢ଼ ମାସ ପରେ ଏବେ ଫେରିଲା ଘରକୁ. ଏହା କୌଣସି ନାଟକର ସଂଳାପ ନୁହେଁ ବାସ୍ତବ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବାର୍ଷିଙ୍ଗା ଗାଁରେ. ଆସନ୍ତୁ ଦେଖିବା ଆମର ଏଇ ସ୍ୱତନ୍ତ୍ର ରିପୋର୍ଟ ରେ.
Vo 1. ହିନ୍ଦୋଳ ବାଲିମି ଥାନା ବାର୍ଷୀଙ୍ଗା ଗାଁର ସନାତନ ନାଏକ ବୟସ ପ୍ରାୟ 29 ବର୍ଷୀୟ ଯୁବକ. ଘରେ ବାପା ମାଆ ଆଉ ୩ ଭାଇ ଅଛନ୍ତି ସନାତନ ବିବାହିତ. ହେଲେ ସାମାନ୍ୟ ମାନସିକ ବିକାରଗ୍ରସ୍ତ .ଗତ ଜୁଲାଇ 17 ତାରିଖ ରୁ କୁଆଡେ ନିଖୋଜ ହୋଇଯାଇଥିଲେ. ଅନେକ ଖୋଜାଖୋଜି ପରେ ମିଳିଲାନି ସନ୍ଧାନ. ରାସୋଳ ଥାନା କୁନୁଆଁ ଗାଁ ଧାନ ଜମିରୁ ଗତ 27ତାରିଖରେ ଏକ ଅଜଣା ଯୁବକଙ୍କ ଗଳିତ ଶବ ଠାବ କରିବା ପରେ ତାଙ୍କ ପରିବାର କୁ ଖବର ଦେଇଥିଲେ. ଶବ ବ୍ୟବଚ୍ଛେଦ ମଧ୍ୟ ହୋଇଥିଲା.
Vo.2. ମୃତ ଯୁବକ ଙ୍କ ପରିବାର ତାଙ୍କ ପୁଅ ବୋଲି ପୋଲିସ ଠାରୁ କେବଳ ଫୋଟ ଦେଖି ଶବ ନେଇ ସଂସ୍କାର ମଧ୍ୟ କରି ଶୁଦ୍ଧିକ୍ରିୟା ମଧ୍ୟ ହେଲେ. ହେଲେ ଶୁଦ୍ଧିକ୍ରିୟା ର ଏକ ମାସ ପରେ ଅର୍ଥାତ ଗତ 27 ତାରିଖ ରେ ଢେଙ୍କାନାଳ ଯୋରନ୍ଦା ପୋଲିସ ପାଖରୁ ଖବର ପାଇ ତାଙ୍କ ପୁଅକୁ ଚିହ୍ନଟ କରି ଏବେ ଘରକୁ ଆଣିଛନ୍ତି. ଏବେ ପୋଲିସ କଥା କୁ ବିଶ୍ୱାସ କରି ପରିବାର ସିନା ସଂସ୍କାର କଲେ ହେଲେ ପୋଲିସ ରିପୋର୍ଟ ରେ ମୃତ ପୁଅ କୁ ଜୀବନ୍ତ ପାଇଁ ତଦନ୍ତ ଅଧିକାରୀଙ୍କ ଉପରେ ଆସ୍ଥା ହରାଇଛନ୍ତି. ହେଲେ ପୁଅକୁ ପାଇ ବେଶ ଖୁସି ଅଛନ୍ତି.
Bite.( ଖୁଡି )
Bite. (ମାଆ )
