**ଯୋରନ୍ଦା ମେଗାପ୍ରୋଜେକ୍ଟର ସାଇଡ୍ ଇଞ୍ଜିନିଅର ରାଜେଶ ମହାରଣା ବେକରେ ରସି ଲଗାଇ ଆତ୍ମହତ୍ୟା* * ଢେଙ୍କାନାଳ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ )ଗଁନ୍ଦିଆ ବ୍ଲକ ଯୋରନ୍ଦା ର ରଞ୍ଜନ କୁମାର ସାହୁଙ୍କ ଘର ଭଡାରେ ରାଜେଶ ମହାରଣା ଆଠ ମାସ ହେଲା ରହୁଥିଲେ,ତାଙ୍କର ଅନୁମାନ ବୟସ 24ବର୍ଷ, ଘର ବ୍ରହ୍ମପୁର ଇଚ୍ଛାପୁର ଗ୍ରାମରେ,ଯୋରନ୍ଦା ମେଗା ପ୍ରୋଜେକ୍ଟ ରେ ସାଇଡ୍ ଇଞ୍ଜିନିଅର ଭାବେ କାମକରନ୍ତି l ଆଜି କୌଣସି କାରଣରୁ ବେକରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି,ବିଶେଷ ସୂତ୍ରରୁ ଅନୁମାନ କରାଯାଉଛି ପ୍ରେମଜନିତ କାରଣରୁ ସେ ଆତ୍ମହତ୍ୟା କରିଛନ୍ତି, ଘଟଣାରୁ ଜଣାପଡୁଛି ଯେ ସେ ଅଫିସ ରୁ ନିଜ ରୁମକୁ ଆସିଥିଲେ ଖାଇବାପାଇଁ କିନ୍ତୁ ନଖାଇ କାହାସାଥିରେ ମୋବାଇ ରେ କଥା ହେଉଥିଲେ, ସେହି କଥା କଟାକଟିରେ ସେ ଫ୍ୟାନରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି, ଖବର ପାଇଁ ଯୋରନ୍ଦା ଫାଣ୍ଡି ଅଫିସର ମାଗୁଣି ଚରଣ ଗଡ଼ନାୟକ ଘଟଣା ସ୍ଥଳରେ ପହଞ୍ଚି ଦୁଇଟି ମୋବାଇଲ ଜବତ କରିଛନ୍ତି, ତାଙ୍କର ଘର ଲୋକ କେହି ନଥିବା କାରଣରୁ ସେ ଘର ଲୋକ ଅପେକ୍ଷା ରେ ଅଛନ୍ତି, ସେ ଆସିଲେ ଯାହାହେବ ବୋଲି କହିଲେ, କିନ୍ତୁ ତାଙ୍କ ସହକର୍ମୀ ପିଲାମାନେ ତାଙ୍କୁ ସନ୍ଦେହ ରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ନେଇଗଲେ l
