*ଜାତୀୟ କ୍ରୀଡ଼ା ଦିବସ ତଥା ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଜୟନ୍ତୀ ପାଳିତ*।
ନୂଆପଡା(ମିଖାଏଲ ନନ୍ଦ) ତା:୨୮.୦୮.
ନୂଆପଡ଼ା ଜିଲ୍ଲା ସ୍ଥିତ ପୋଲିସ ଗ୍ରାଉଣ୍ଡ ଇନ୍ଡୋର ଷ୍ଟାଡିୟମ୍ରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଜାତୀୟ କ୍ରୀଡ଼ା ଦିବସ ତଥା ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଧ୍ୟାନଚାନ୍ଦଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଦେଶ ପାଇଁ କ୍ରୀଡ଼ା ଖେଇବାକୁ ଆହ୍ୱାନ କରି କ୍ରୀଡ଼ା ଜୀବନର ଲକ୍ଷ ହେବା ପାଇଁ ଯୁବ ପିଢୀ ଙ୍କୁ ଆହ୍ୱାନ କରିଥିଲେ। ଯୁବକ ଯୁବତୀଙ୍କୁ ଅଧ୍ୟୟନ ସମୟରେ କ୍ରୀଡ଼ା ଖେଳିବା ଏବଂ କୌଣସି କ୍ରୀଡ଼ା ରେ ଅଂଶ ଗ୍ରହଣ କରିବାକୁ ଶପଥ ପାଠ କରାଇଥିଲେ। ଆସନ୍ତା ୨୦୩୬ ରେ ହେବାକୁ ଥିବା ବିଶ୍ୱ ସର୍ବୋଚ୍ଚ ଖେଳ ପ୍ରତିଯୋଗିତା ରେ ନୂଆପଡ଼ାର ପ୍ରତିଭାବାନ ଖେଳାଳିଙ୍କୁ ଚୟନ କରି ଆବଶ୍ୟକ ତାଲିମ ଦେବାକୁ ପ୍ରତିଶ୍ରୁତି ହେଇଛନ୍ତି। ନିଜ ଜିଲ୍ଲା, ରାଜ୍ୟ ଏବଂ ଦେଶ ପାଇଁ ଖେଳିବା ସୁଯୋଗ ସୃଷ୍ଟି କରିବା ଏକ ଗୌରବମୟ ଇତିହାସର ପୃଷ୍ଠା ମଣ୍ଡନ କରିବା ବୋଲି ଆହ୍ୱାନ କରିଥିଲେ।। ଜିଲ୍ଲା କ୍ରୀଡା ଅଧିକାରୀ ସୁରେନ୍ଦ୍ର ବଢ଼ାଇ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମାକାନ୍ତ ବିଶ୍ୱାସ, ପ୍ରମୁଖ ଯୋଗ ଦେଇଥିଲେ।
