*କୋମନା ସରକାରୀ ବାଳିକା ବିଦ୍ୟାଳୟ ର ଆଇନ ସାକ୍ଷରତା କ୍ଲବ ରେ ବିଶାଖା- ବନାମ – ରାଜସ୍ଥାନ ରାଜ୍ୟ ରାୟ ସମ୍ବନ୍ଧୀୟ ସଚେତନତା ଶିବିର*
ନୂଆପଡା (ମିଖାଏଲ ନନ୍ଦ)
ତା:୨୮.୦୮
ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ନୂଆପଡା ଜିଲ୍ଲା ଅନ୍ତର୍ଗତ କୋମନା ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଛାତ୍ର ଆଇନ ସାକ୍ଷରତା କ୍ଲବ ରେ ବିଶାଖା ଓ ଅନ୍ୟମାନେ- ବନାମ – ରାଜସ୍ଥାନ ରାଜ୍ୟ ଓ ଅନ୍ୟମାନେ ମାମଲରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଙ୍କର ରାୟ ର ଓଡ଼ିଆ ଅନୁବାଦ ସମ୍ବନ୍ଧୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଭୁଦତ୍ତ ପୁରୋହିତ, ବିଦ୍ୟାଳୟର ଶିକ୍ଷକଗଣ, ଛାତ୍ରୀ ଏବଂ ଅଧିକାର ମିତ୍ରଗଣ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ ବିଶାଖା ଓ ଅନ୍ୟମାନେ- ବନାମ – ରାଜସ୍ଥାନ ରାଜ୍ୟ ଓ ଅନ୍ୟମାନେ ରାୟ ର ଓଡ଼ିଆ ଅନୁବାଦ ଉପସ୍ଥିତ ଛାତ୍ରୀମାନଙ୍କୁ ଙ୍କୁ ବୁଝାଇଥିଲେ । ସେ ମଧ୍ୟ କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ସହ ଘଟୁଥିବା ଯୌନ ଉତ୍ପୀଡ଼ନ ଓ ଏହାର ନିରାକରଣ ଏବଂ ମହିଳାଙ୍କ ଅଧିକାର ଇତ୍ୟାଦି ବିଷୟରେ ଆଲୋଚନା କରିବା ସହ ମହିଳାମାନଙ୍କ ଅଧିକାରର ସୁରକ୍ଷା ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ପ୍ରଦାନ କରାଯାଉଥିବା ମାଗଣା ଆଇନ ସେବା ବିଷୟରେ ଆଲୋକପାତ କରିଥିଲେ।
