ବୃକ୍ଷକୁ ରାଖି ବାନ୍ଧି ଅଭିନବ ଢଙ୍ଗରେ ରକ୍ଷା ବନ୍ଧନ ପାଳିଲା ବେଲଗୁଣ୍ଠା ପ୍ରେସ୍ କ୍ଲବ୍
ବେଲଗୁଣ୍ଠା-୨୭/୮: -(ଶିବରାମ ଚୌଧୁରୀ )-ପବିତ୍ର ରକ୍ଷା ବନ୍ଧନ ଉପଲକ୍ଷେ ବେଲଗୁଣ୍ଠା ପ୍ରେସ୍ କ୍ଲବ୍ ପକ୍ଷରୁ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ପରିବେଶ ସୁରକ୍ଷାର ବାର୍ତ୍ତା ନେଇ ଏକ ଅଭିନବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।କ୍ଲବ୍ର ସଦସ୍ୟମାନେ ବୃକ୍ଷରାଜିକୁ ରାଖି ବାନ୍ଧି ସେଗୁଡ଼ିକର ଯତ୍ନ ଓ ସୁରକ୍ଷା ପାଇଁ ସଂକଳ୍ପ ନେଇଥିଲେ।ଏହି ଅବସରରେ ପରିବେଶ ସନ୍ତୁଳନ ଓ ବୃକ୍ଷରୋପଣର ଆବଶ୍ୟକତା ଉପରେ ଏକ ବିଶେଷ ଆଲୋଚନା କରାଯାଇଥିଲା। “ବୃକ୍ଷ ହିଁ ପ୍ରକୃତ ସମ୍ପଦ, ଏହା ପରିବେଶର ସନ୍ତୁଳନ ରକ୍ଷା କରିବା ସହ ଜୀବଜଗତ ପାଇଁ ପର୍ଯ୍ୟାପ୍ତ ଅମ୍ଳଜାନ ଯୋଗାଇଥାଏ” ବୋଲି ଉପସ୍ଥିତ ଅତିଥି ଓ ସଦସ୍ୟମାନେ ମତପ୍ରକାଶ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ପ୍ରେସ୍ କ୍ଲବ୍ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି, ବରିଷ୍ଠ ସଦସ୍ୟ ସୂର୍ଯ୍ୟ ନାରାୟଣ ତ୍ରିପାଠୀ, କାଉନସିଲର ଏସ୍ ଭାସ୍କର ପାତ୍ର, ଯୁବ ସମାଜସେବୀ କାଶୀନାଥ ସାହୁ, ଶିବରାମ ଚୌଧୁରୀ, ସଦାଶିବ ପାଣିଗ୍ରାହୀଙ୍କ ସମେତ ପ୍ରେସ୍ କ୍ଲବ୍ର ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
