*ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ନେହେନା ଗ୍ରାମ ନିବାସୀ ପ୍ରଭାକର ଦଣ୍ଡସେନାଙ୍କୁ କାଗଜ କଲମ ପ୍ରସ୍ତୁତ କରିବା ନେଇ ଇକୋ ବନ୍ଧୁତା ପରିଚୟ ପାଇ ଚିନ୍ଦା ଗୁଡ଼ା ଠାରେ ଜିଲ୍ଲାପାଳଙ୍କ ଦ୍ଵାରା ସମ୍ବର୍ଦ୍ଧିତ*
ନୂଆପଡା(ମିଖାଏଲ ନନ୍ଦ) ତା;୨୪/୦୮
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ନେହେନା ଗ୍ରାମ ନିବାସୀ ପ୍ରଭାକର ଦଣ୍ଡସେନାଙ୍କୁ କାଗଜ କଲମ ପ୍ରସ୍ତୁତ କରିବା ନେଇ ଇକୋ ବନ୍ଧୁତା ପରିଚୟ ପାଇ ଚିନ୍ଦାଗୁଡ଼ା ଠାରେ ଜିଲ୍ଲାପାଳଙ୍କ ଦ୍ଵାରା ସମ୍ବର୍ଦ୍ଧିତ ହୋଇଛନ୍ତି। ନୂଆପଡ଼ା ଜିଲ୍ଲାକୁ ସବୁଜ ସୁନ୍ଦର ଏବଂ ପ୍ଲାଷ୍ଟିକ ମୁକ୍ତ ଜିଲ୍ଲା ଗଠନ ପାଇଁ ଜିଲ୍ଲାପାଳ ମଧୁସୂଦନ ଦାସ ଏକ ବର୍ଷ ପୂର୍ବେ ଆହ୍ୱାନ ଦେଇ ଥିବା ବେଳେ ଏହି ଆହ୍ୱାନ ଏକ ଜନ ଜାଗରଣ ରେ ପରିଣତ ହୋଇଅଛି। ଜିଲ୍ଲାର ପ୍ରତ୍ୟେକ ନାଗରିକ ନିଜ ନିଜ ସ୍ତରରେ ସବୁଜ ସୁନ୍ଦର ଜିଲ୍ଲା ଗଠନ ପଛରେ ନିଜ କର୍ତ୍ତବ୍ୟ ସମ୍ପାଦନ ପାଇଁ ପଛଘୁଞ୍ଚା ଦେଉନାହାନ୍ତି। ପ୍ରଭାକର ଦଣ୍ଡସେନା ପେଶା ରେ ଏକ ଓକିଲ ହୋଇଥିବା ବେଳେ ନିଜେ ଘରରେ କିପରି ପ୍ଲାଷ୍ଟିକ ଡଟ,କଲମ ରୁ ମୁକ୍ତ କରିବା ପ୍ରୟାସ କରିଥିଲେ। ଆଜି ଏହି ପ୍ରୟାସ କୁ ଜିଲ୍ଲାପାଳ ସମ୍ବର୍ଦ୍ଧିତ କରି ଅନୀଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ବୋଲି କହିଥିଲେ।
