ପୂର୍ତ୍ତ ବିଭାଗର ଖାମଖିଆଲି ମନୋଭାବ ଯୋଗୁଁ ଯୁବକ ଆହାତ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର):ସୋର ପୌରପାଳିକା ୧୧ ନଂ ୱାର୍ଡ଼ର ଗଣପତି ବାରିକ ଆଜି ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଗରେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଛନ୍ତି। ସୂଚନା ଅନୁସାରେ ଗତ ୧୧ ତାରିଖରେ ମୋବାରକପୁର ନାୟକ କମ୍ପ୍ଲେକ୍ସ ନିକଟ ଏକ ଖାଲି ଡ୍ରେନରେ ପଡ଼ି ଜଣେ ବ୍ୟକ୍ତି ଆହତ ହୋଇଥିଲେ। ଏନେଇ ପୌରପାଳିକା ପକ୍ଷରୁ କୌଣସି ପଦକ୍ଷେପ ନିଆ ନ ଯିବାରୁ, ଶ୍ରୀ ବାରିକ ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ। ଦୁଇ ଦିନ ଭିତରେ କାର୍ଯ୍ୟ କରାଯିବ ବୋଲି ବିଭାଗ ପ୍ରତିଶୃତି ଦେଇଥିଲେ ମଧ୍ୟ ୧୩ ଦିନ ବିତିଯିବା ପରେ ମଧ୍ୟ କୌଣସି ସମାଧାନ ହୋଇନାହିଁ। ବାଧ୍ୟ ହୋଇ ଶ୍ରୀ ବାରିକ ଆଜି ଦିବା ୧ଟା ସମୟରେ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି। ତେବେ ଏ ସମ୍ପର୍କରେ ମତାମତ ନେବାକୁ ଗଣମାଧ୍ୟମ ପ୍ରତିନିଧି ଅଧିକ୍ଷଣ ଯନ୍ତ୍ରୀ ସୁଶ୍ରୀ ସଂଗୀତା ସାହୁଙ୍କୁ ଫୋନ୍ କରିଥିଲେ ମଧ୍ୟ ସେ ଫୋନ୍ ଉଠାଇ ନ ଥିବା ଜଣାପଡ଼ିଛି। ଅନ୍ୟ ପକ୍ଷରେ ଉକ୍ତ କାମଟି ପୂର୍ତ୍ତ ବିଭାଗର ହୋଇଥିବାରୁ ପୌରପାଳିକା କୌଣସି ପଦକ୍ଷେପ ନେଇ ପାରିବ ନାହିଁ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱରଂଜନ ପ୍ରଧାନ ପ୍ରକାଶ କରିଛନ୍ତି।
