କଣିହାଁ ଏନ ଟି ପି ସି ରେ ଭୟଙ୍କର ଦୁର୍ଘଟଣା ଜଣେ ମୃତ ପାଞ୍ଚ ଜଣ ଗୁରୁତର
ଅନୁଗୋଳ ଜିଲ୍ଲା ତାଳଚେର କଣିହାଁ ସ୍ଥିତ ଏନ ଟି ପି ସି କାରଖାନା ରେ ଘଟିଛି ଏକ ଭୟଙ୍କର ଦୁର୍ଘଟଣା ଏହି ଅଘଟଣ ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ପାଞ୍ଚ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣା ପରେ ଘଟଣା ସ୍ଥଳରୁ ଆହତ ମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଚିକିତ୍ସ ପାଇଁ ହସ୍ପିଟାଲକୁ ପଠାଯାଇଛି । ଗୁରୁତର ଆହତ ପାଞ୍ଚ ଜଣଙ୍କ ଚିକିତ୍ସା ଜାରି ରହିଛି ଘଟଣା ପରେ ଏନ ଟି ପି ସି କାରଖାନା ପରିସରରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ତେବେ ଦୁର୍ଘଟଣା ର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନ ଥିବାର ବେଳେ ଏ ନେଇ ତଦନ୍ତ ଆରମ୍ଭ ହୋଇଛି । ତଦନ୍ତ ପରେ ଦୁର୍ଘଟଣାର କାରଣ ଓ ଅନ୍ୟାନ୍ୟ ତଥ୍ୟ ସ୍ପଷ୍ଟ ହେବ ବୋଲି ଜଣା ପଡିଛି ।
ତାଳଚେର ରୁ କୃତ୍ତିବାସ ନାୟକଙ୍କ ରିପୋର୍ଟ ଭଞ୍ଜ ଦୂତ ଖବର
