*ଖଡ଼ିଆଳ ପବ୍ଲିକ ସ୍କୁଲ ପରିସର ମଧ୍ୟରେ ସାୱନ ମେଳା ତୃତୀୟ ବର୍ଷ ପାଳିତ*
ନୂଆପଡା(ମିଖାଏଲ ନନ୍ଦ)
ତା-୨୨.୦୮.
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ପବ୍ଲିକ ସ୍କୁଲ ପରିସରରେ ଶ୍ରାବଣ ମେଳାର ତୃତୀୟ ବର୍ଷ ପାଳିତ। ବିଦ୍ୟାଳୟର ପ୍ରି-ପ୍ରାଇମେରୀ ବିଭାଗ ପକ୍ଷରୁ ମା’ମାନଙ୍କୁ ନେଇ ବିଭିନ୍ନ ସୃଜନଶୀଳ ଓ ପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ରାଜ ଏ.ଟି. ହାଇସ୍କୁଲର ସହକାରୀ ଶିକ୍ଷୟିତ୍ରୀ ନୀଳିମାରାଣୀ ସାଗର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ, ଖଡ଼ିଆର ସ୍ୱୟଂଶାସିତ ମହାବିଦ୍ୟାଳୟର କମ୍ପ୍ୟୁଟର ବିଜ୍ଞାନ ବିଭାଗର ଅଧ୍ୟାପିକା ପ୍ରଣତି ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରତିଯୋଗିତାଗୁଡ଼ିକର ବିଚାରକ ଭାବେ ସୂର୍ଯ୍ୟକାନ୍ତି ମେହେର, ଛାୟା ଜୈନ ଓ ଶ୍ରୀମତୀ ସ୍ନେହା ତ୍ରିବେଦୀ ଦାୟିତ୍ୱ ତୁଲାଇଥିଲେ।ପ୍ରତିଯୋଗିତା ଶେଷରେ ବିଜୟୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ରଙ୍ଗୋଲି ପ୍ରତିଯୋଗିତାରେ ପଲ୍ଲବୀ ସାହୁ ପ୍ରଥମ, ବ୍ୟୁଟି ଅଗ୍ରୱାଲ ଦ୍ୱିତୀୟ ଓ ଅନିଷା ପଟ୍ଟନାୟକ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ପୋଷ୍ଟର ମେକିଂ ପ୍ରତିଯୋଗିତାରେ କୌଶଲ୍ୟା ମେହେର ପ୍ରଥମ, ପଲ୍ଲବୀ ଯୋଶୀ ଦ୍ୱିତୀୟ ଓ ରିଙ୍କି ପଟେଲ ତୃତୀୟ ହୋଇଥିଲେ। ବିନା ଆଞ୍ଚରେ ରନ୍ଧା ପ୍ରତିଯୋଗିତାରେ ବିନ୍ଦିୟା ନାଗ ପ୍ରଥମ, ମମତା ଶୁକ୍ଳା ଦ୍ୱିତୀୟ ଓ ନମିତା ମହୁତୀୟ ତୃତୀୟ ସ୍ଥାନ ହାସଲ କରିଥିଲେ। ବିଜୟୀମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ।
