*ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କୁ ଭେଟି ଦାବିପତ୍ର ଦେଲେ କୈବର୍ତ୍ତ ସମାଜ: ସରକାରୀ ପୋଖରୀ ବଣ୍ଟନରେ ପ୍ରାଥମିକତା ଦେବାକୁ ଦାବି*
ନୂଆପଡା(ମିଖାଏଲ ନନ୍ଦ) ତା:୨୨.୦୮.
ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କୁ ନୂଆପଡ଼ା ଜିଲ୍ଲା ଅମାଳପାଲି ଗ୍ରାମ ସ୍ଥିତ ନୀଳମାଧବ ମତ୍ସ୍ୟ ଯାଆଁଳା କେନ୍ଦ୍ର ପରିଦର୍ଶନ ଅବସରରେ କୈବର୍ତ୍ତ ସମାଜ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ପାରମ୍ପରିକ ମତ୍ସ୍ୟଜୀବୀ ଭାବେ ଜୀବନ ନିର୍ବାହ କରୁଥିବା କୈବର୍ତ୍ତ ସମାଜର ନାଗରିକଙ୍କୁ ସରକାରୀ ସୁବିଧା ରୁ ବଞ୍ଚିତ ହେଉଥିବା ବେଳେ ବର୍ତ୍ତମାନ କୌଳିକ ବୃତ୍ତି ନାହିଁ କହିଲେ ଚଳେ। ଖଡ଼ିଆଳ ପୋଖରୀ ଜଳ ନଥିବା ବେଳେ ପାଖରେ ବହି ଯାଇଥିବା ସୁନ୍ଦର ନଦୀ ଉପରେ ତିଖାଳି ଲୋଅର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ବହି ଯାଇଅଛି। ନଦୀର ତଳି ମୁଣ୍ଡ ରେ ମାଛ ମାରି ପରିବାର ଗୁଜୁରାଣ ମେଣ୍ଟାଉଥିବା ବେଳେ ଡେମ ଜଳ ବନ୍ଧା ଆ ହେବାରୁ କୈବର୍ତ୍ତ ସମାଜର ଜୀବିକା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଆର୍ଥିକ ସ୍ୱଚ୍ଛଳ ଥିବା ପରିବାର ମାଛ ବ୍ୟବସାୟ କରୁଛନ୍ତି।ପୋଖରୀ, ସରକାରୀ ପୋଖରୀ ଲିଜ୍ ଏବଂ ମତ୍ସ୍ୟ ଚାଷ ସମ୍ପର୍କିତ ଯୋଜନା ଗୁଡ଼ିକରେ କୈବର୍ତ୍ତ ସମାଜର ମତ୍ସ୍ୟଜୀବୀମାନଙ୍କୁ ପ୍ରଥମ ପ୍ରାଥମିକତା ପ୍ରଦାନ କରାଯାଉ ବୋଲି ଦାବି ଉପସ୍ଥାପନ କରିଛନ୍ତି। ଜୟରାମ କୈବର୍ତ୍ତ, ଯୁଗଳ ଦଣ୍ଡସେନା ପ୍ରମୁଖ ଯୋଗ ଦେଇଥିଲେ।
