ଅସହାୟ ଗରିବ ଆଜି ରାସ୍ତା କଡରେ ସରକାରଙ୍କଠୁଁ ପାଇପାରିଲେନି ନ୍ୟାୟ ।
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ବାଉଁଶପାଳ ପଞ୍ଚାୟତର ଗୋପୀଗାଡ଼ିଆ ଗ୍ରାମରେ ଆଜକୁ ପ୍ରାୟ ୨୦ବର୍ଷରୁ ଉର୍ଦ୍ଧ୍ବ ଗଣେଶ୍ୱର ନାଏକ ଏବଂ ତାଙ୍କର ଧର୍ମ ପତ୍ନୀ ଓ ତାଙ୍କର ୩ ସନ୍ତାନ ପୌତ୍ରିକ ସମ୍ପତି ଓ ଜମିବାଡ଼ି ନଥିବା ସତ୍ୱେ ଗୋପୀଗାଡ଼ିଆ ଗ୍ରାମର ଜଙ୍ଗଲ ଜମିରେ ଘର କରି ବହୁତ ବର୍ଷ ଧରି ବସବାସ କରିଆସୁଥିବା ସତ୍ୱେ ବି ସରକାରଙ୍କ ତରଫରୁ କୌଣସି ସହଯୋଗ ମିଳିପାରିନଥିଲା। ନା କୌଣସି ସରକାରଙ୍କ ଯୋଜନାର ହିତାଧିକାରୀ ହେଇପାରିଥିଲେ। ହେଲେବି ଦିନମଜୁରି କରି ନିଜ ପରିବାର ସହ ଦୁଃଖରେ ଦିନ କାଟୁଥିଲେ ହେଲେ ଆଜି ଦୁଃଖର ପାହାଡ ପଡିଛି। ଗ୍ରାମ୍ୟ ଜଙ୍ଗଲରେ ଘର କରିଥିବାରୁ ସରକାରଙ୍କ ନିୟମାନୁଯାୟୀ ଆଜି ଉଛେଦ କରାଯାଇଛି ନା କୌଣସି ଥଇଥାନ କରାଗଲା ନା ଅଛି ଆଶ୍ରୟ । ଗଣେଶ୍ୱର ନାଏକଙ୍କ ପରିବାର ଆଜି ରାସ୍ତା କଡ ଗଛ ମୂଳରେ ପରିବାର ଲୋକେ ଆଶ୍ରୟ ନେଇଛନ୍ତି। ପ୍ରଶାସନ ପକ୍ଷରୁ କି ବେବସ୍ଥା କରୁଛନ୍ତି ତାହା ଦେଖିବାକୁ ବାକି ରହିଲା। ଢେଙ୍କାନାଳ ରୁ ରିପୋର୍ଟର ବିଷ୍ଣୁ ଚରଣ ସାହୁ ।
