ଅଷ୍ଟମ ଶତାବ୍ଦୀର ଐତିହାସିକ ସାରଙ୍ଗ ଅନନ୍ତ ଶୟନ ମୂର୍ତ୍ତୀ
ତାଳଚେର ବ୍ଲକ ଅନ୍ତର୍ଗତ ପଶ୍ଚିମେଶ୍ୱର୍ ମନ୍ଦିରର ଅପର ପାର୍ଶ୍ୱରେ ବ୍ରାହ୍ମଣୀ ନଦୀକୂଳ ରେ ଦୀର୍ଘ ବାରଶହ (୧୨,୦୦୦) ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଅବହେଳିତ ଅବସ୍ଥାରେ ପଡ଼ିରହିଛି ଏକ ଐତିହାସିକ କୀର୍ତ୍ତି ସରାଙ୍ଗ ଅଞ୍ଚଳରେ ଅବସ୍ଥିତ ଏହି ବିଶାଳକାୟ ଅନନ୍ତ ଶୟନ ବିଷ୍ଟୁ ମୂର୍ତ୍ତୀ ଓଡିଶାର ପ୍ରାଚୀନ କଳା ଓ ସ୍ଥାପତ୍ୟର ଏକ ଅନନ୍ୟ ନିଦର୍ଶନ ଏକ ବିଶାଳ ପଥର ଶିଳା (ତାସିରି) ଉପରେ ଖୋଦିତ ହୋଇଥିବା ଏହି ଶାୟିତ ବିଷ୍ଣୁ ଙ୍କ ମୂର୍ତ୍ତୀର ଲମ୍ବ ପ୍ରାୟ ୫୫ ଫୁଟ । ଐତିହାସିକ ପତ୍ନତାତ୍ତିକ ଦୃଷ୍ଟି ରୁ ଏହି ମୂର୍ତ୍ତିର ଗୁରୁତ୍ଵ ବେଶ ଅଧିକ । ପ୍ରତି ବର୍ଷ ବର୍ଷା ଋତୁରେ ବ୍ରାହ୍ମଣୀ ନଦୀରେ ବନ୍ୟା ଆସିଲେ ନଦୀର ଜଳ ସ୍ରୋତ ଏହି ପ୍ରାଚୀନ ମୃତ୍ତୀ ଉପରେ ପ୍ରବାହିତ ହୋଇଥାଏ । ଦୀର୍ଘ ଦିନ ଧରି ସଂରକ୍ଷଣ ଅଭାବରୁ ଏହି ଐତିହାସିକ କୀର୍ତ୍ତି ନଷ୍ଟ ହେବାର ଆଶଙ୍କା ରହିଛି । ଏହାର ସୁରକ୍ଷା ସଂରକ୍ଷଣ ଓ ଦୃଢ଼ୀକରଣ ପର୍ଯ୍ୟଟନ ସ୍ଥଳୀ ଭାବେ ବିକାଶ ପାଇଁ ପ୍ରଶାସନ ଓ ପ୍ରତ୍ନତତ୍ତ୍ଵ ବିଭାଗର ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।
ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ରୁ କୃତ୍ତିବାସ ନାୟକଙ୍କ ରିପୋର୍ଟ ଭଞ୍ଜ ଦୂତ ଖବର
