*ସମାଜ ମଙ୍ଗଳ ଅଧିକାରୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପି ଏନ ସତ୍ୟଭାମା ଆମ୍ମା ଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ।* ଢେଙ୍କାନାଳ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ )
ଗଁଦିଆ ତା ୧୯.୮.୨୦୨୬
ଢେଙ୍କାନାଳ ଜିଲ୍ଲା ର ବରିଷ୍ଠ ଗଣ ମାଧ୍ୟମ ପ୍ରତିନିଧି ତଥା ଦୈନିକ ଓଡ଼ିଆ ଖବରକାଗଜ “ଧରିତ୍ରୀ” ର ଢେଙ୍କାନାଳ ଜିଲ୍ଲା ପ୍ରତିନିଧି ରତନ ନାୟାର ଙ୍କ ମାଆ ପି, ଏନ୍, ସତ୍ୟଭାମା ଆମ୍ମା ଙ୍କ ର ୯୦ ବର୍ଷ ବୟସରେ ପରଲୋକ ଘଟିଛି। ଜଣେ ସ୍ନେ଼ହୀ ସରଳ ହୃଦୟ ର ବ୍ୟକ୍ତିତ୍ଵ ପ୍ରାକ୍ତନ ଜିଲ୍ଲା ସାମାଜିକ ଶିକ୍ଷା ସୁରକ୍ଷା ଅଧିକାରୀ ତଥା ପ୍ରାକ୍ତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବରେ ଲୋକମାନଙ୍କ ଦୁଃଖ ସୁଖ ର ସାଥୀ ହୋଇ କାର୍ଯ୍ୟ କରି ଜନ ମାନସରେ ଆଦୃତା ହୋଇପାରିଛନ୍ତି। ମା ବିୟୋଗରେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ତରଫରୁ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇ ଅମର ଆତ୍ମାର ସଦ୍ଗତି କାମନା କରିବା ସହିତ ପରିବାରବର୍ଗ ଙ୍କୁ ସମବେଦନା ଜ୍ଞାପନ କରାଯାଇଅଛି। ଏହି ମହାନ୍ ସମାଜ ସେବୀ ଙ୍କ ବିୟୋଗରେ ଢେଙ୍କାନାଳ ଜିଲ୍ଲା ଜଣେ ଦରଦୀ ସମାଜ ସେବୀ ଙ୍କୁ ହରାଇଲା ବୋଲି ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ରାଜ୍ୟ ର ସଭାପତି ହରିହର ସାହୁ ଦୁଃଖ ର ସହିତ ପ୍ରକାଶ କରିଛନ୍ତି।
