
*ବାଙ୍ଗିରିପୋଷି ପାଇଁ ଏକ ଗର୍ବ ଓ ଗୌରବର ମୁହୂର୍ତ୍ତ*
ବାଙ୍ଗିରିପୋଷି ଭଞ୍ଜଦୂତ ଖବର :ଅଂଶୁମାନ ଘୋଷ – ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ର ଗତ କିଛି ଦିନ ତଳେ ବନ୍ୟା ସମୟରେ ବାଙ୍ଗିରିପୋଷି ବ୍ଳକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଦେଇ ଯାଇଥିବା ଶଙ୍କରାଇ ନାଳ ପାଣିର ପ୍ରଖର ସୁଅରେ ଭାସିଯାଇ ଗଛରେ ଲାଗିଥିବା ଜଣେ ଯୁବକଙ୍କୁ ସୁରକ୍ଷିତ ଭାବେ ଜୀବିତ ଉଦ୍ଧାର କରିବାର ସାହସିକ କାର୍ଯ୍ୟ ପାଇଁ ଆମ ବାଙ୍ଗିରିପୋଷି ଅଗ୍ନିଶମ ବାହିନୀର କର୍ମଚାରୀମାନେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ଜିଲ୍ଲାପାଳଙ୍କ ଠାରୁ ସମ୍ମାନିତ ହୋଇଥିବାର ଗର୍ବର ଦୃଶ୍ୟ ଦେଖିବାକୁ ମିଳିଛି।
