ଭବାନୀପାଟଣାରେ ଲାୟନ୍ସ କ୍ଲବ୍ ଓ ମାରୱାଡ଼ି ଯୁବା ମଞ୍ଚର ପତାକା ଉତ୍ତୋଳନ
(ରମେଶ ଅଗ୍ରୱାଲ.:ନିପ୍ର)
ଭବାନୀପାଟଣାରେ ଲାୟନ୍ସ କ୍ଲବ୍ ଅଫ୍ ଭବାନୀପାଟଣା ଏବଂ ମାରୱାଡ଼ି ଯୁବା ମଞ୍ଚର ମିଳିତ ଆନୁକୂଲ୍ୟରେ ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଉତ୍ସାହ ଓ ଦେଶଭକ୍ତିର ପରିବେଶରେ ଅନୁଷ୍ଠିତ ହୋଇଥିଲା।
କାର୍ଯ୍ୟକ୍ରମରେ ଲାୟନ୍ ରୂପ କୁମାର ଅଗ୍ରୱାଲ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ଲାୟନ୍ ହରିଶ ଗୁପ୍ତାଙ୍କ ସମେତ ଲାୟନ୍ସ କ୍ଲବ୍ ଓ ମାରୱାଡ଼ି ଯୁବା ମଞ୍ଚର ସଦସ୍ୟମାନେ ଉପସ୍ଥିତ ରହି ଜାତୀୟ ଏକତା, ଭାଇଚାରା ଓ ସମାଜସେବା ପ୍ରତି ନିଜର ପ୍ରତିବଦ୍ଧତା ପ୍ରକାଶ କରିଥିଲେ।
ପତାକା ଉତ୍ତୋଳନ ପରେ ସମସ୍ତେ ଜାତୀୟ ସଙ୍ଗୀତ ଗାନ କରି ଦେଶର ଗୌରବ ଓ ଅଖଣ୍ଡତା ପାଇଁ ଶପଥ ନେଇଥିଲେ। କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଜଣାଯାଇଥିଲା।
