କରଞ୍ଜିଆ ନେଢୁଆପାଳରେ ହାତୀ ଆତଙ୍କ: ତିନି ଜଣଙ୍କ ଘର ଭାଙ୍ଗିଲା ଦନ୍ତା, ଆକ୍ରମଣରେ ୫ ବର୍ଷ ଶିଶୁର ମୃତ୍ୟୁ
ରାଇରଙ୍ଗପୁର(ମୟୂରଭଞ୍ଜ): ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ନେଢୁଆପାଳର ବାମେଇ ସାହିରେ ଗତ ରାତି ପ୍ରାୟ ୩ଟା ସମୟରେ ଏକ ଦନ୍ତାହାତୀ ଘରେ ପଶି ଘର ଭାଙ୍ଗିବା ସହ ଏକ ୫ ବର୍ଷର ଶିଶୁର ହାତୀ ଆକ୍ରମଣରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ଅଧିକାରୀ ଏବଂ କର୍ମଚାରୀମାନେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ହାତୀର ଗତିବିଧି ଉପରେ ନଜର ରଖିବା ଏବଂ ଅଞ୍ଚଳବାସୀଙ୍କୁ ସତର୍କ କରିବା ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି ।
ହାତୀଟି ଗୋଟିଏ ଘର ଭିତରକୁ ପଶି ଘର ଭାଙ୍ଗିବା ସମୟରେ ଘରେ ଥିବା ଏକ ଶିଶୁ ହାତୀ ଆକ୍ରମଣର ଶିକାର ହୋଇଥିଲା ।
ହାତୀଟି ଗୋଟିଏ ଘର ଭିତରକୁ ପଶି ଘର ଭାଙ୍ଗିବା ସମୟରେ ଘରେ ଥିବା ଏକ ଶିଶୁ ହାତୀ ଆକ୍ରମଣର ଶିକାର ହୋଇଥିଲା ।
ସୂଚନା ଅନୁଯାୟୀ, ରାତି ପ୍ରାୟ ୩ଟା ସମୟରେ ଏକ ଦନ୍ତାହାତୀ ନେଢୁଆପାଳ ବାମେଇ ସାହିରେ ପ୍ରବେଶ କରିଥିଲା । ହାତୀଟି ଗୋଟିଏ ଘର ଭିତରକୁ ପଶି ଘର ଭାଙ୍ଗିବା ସମୟରେ ଘରେ ଥିବା ଏକ ଶିଶୁ ହାତୀ ଆକ୍ରମଣର ଶିକାର ହୋଇଥିଲା । ମୃତ ଶିଶୁ ଜଣକ ହେଲେ ପୂର୍ଣ୍ଣଚନ୍ଦ୍ର ଲାଗୁରି ଓ ତାର ବୟସ ମାତ୍ର ୫ ବର୍ଷ । ତାଙ୍କ ବାପା ଭରତ ଲାଗୁରି ଏବଂ ମାଆ ସରସ୍ୱତୀ ଗାଗରାଇ ବୋଲି ଜଣାପଡ଼ିଛି । ରାତିରେ ସମସ୍ତେ ଶୋଇଥିବା ଅବସ୍ଥାରେ ହାତୀଟି ଖାଦ୍ୟ ଅନ୍ବେଷଣରେ ଆସି ଘର ଭାଙ୍ଗିଥିଲା । ଯାହା ଫଳରେ ଭଗ୍ନାବଶେ, ତଳେ ଚାପି ହୋଇ ଶିଶୁଟିର ମୃତ୍ୟୁ ହୋଇଥିଲା ।
ହାତିଟି ଆଖପାଖ ଘର ମଧ୍ୟ କ୍ଷତି ଘଟାଇଥିବା ସାମ୍ନାକୁ ଆସିଛି ।
ହାତିଟି ଆଖପାଖ ଘର ମଧ୍ୟ କ୍ଷତି ଘଟାଇଥିବା ସାମ୍ନାକୁ ଆସିଛି
ହାତିଟି ଆଖପାଖ ଘର ମଧ୍ୟ କ୍ଷତି ଘଟାଇଥିବା ସାମ୍ନାକୁ ଆସିଛି । ଏହି ଘଟଣା ପରେ ବାମିଆସାହି ସମେତ ଆଖପାଖ ଅଞ୍ଚଳରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି । ଘରେ ଶୋଇଥିବା ଅବସ୍ଥାରେ ଏଭଳି ଘଟଣା ଘଟିଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ହାତୀ ଚଳପ୍ରଚଳକୁ ନେଇ ଭୟ ବଢ଼ିଛି ।
ହାତିଟି ଆଖପାଖ ଘର ମଧ୍ୟ କ୍ଷତି ଘଟାଇଥିବା ସାମ୍ନାକୁ ଆସିଛି ।
ହାତିଟି ଆଖପାଖ ଘର ମଧ୍ୟ କ୍ଷତି ଘଟାଇଥିବା ସାମ୍ନାକୁ ଆସିଛି ।
ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ଅଧିକାରୀ ଏବଂ କର୍ମଚାରୀମାନେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ହାତୀର ଗତିବିଧି ଉପରେ ନଜର ରଖିବା ଏବଂ ଅଞ୍ଚଳବାସୀଙ୍କୁ ସତର୍କ କରିବା ନେଇ ଆବଶ୍ୟକ ପଦକ୍ଷେପ ନେବା ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଏହି ଦୁଃଖଦ ଘଟଣାକୁ ନେଇ ପୂର୍ଣ୍ଣଚନ୍ଦ୍ରଙ୍କ ପରିବାର ସମେତ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମାନବ-ହାତୀ ସଂଘର୍ଷ ରୋକିବା ସହ ଜନବସତି ଅଞ୍ଚଳରେ ହାତୀ ପ୍ରବେଶ ରୋକିବା ପାଇଁ ବନ ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।
ମୟୂରଭଞ୍ଜରୁ ମେନାଲୀ ସାହୁଙ୍କ ସହ ଶୁଭାଶିଷ ଚୌଧୂରୀଙ୍କ ରିପୋର୍ଟ ଭଞ୍ଜଦୂତ ଖବର
