*ହର ଘର ତ୍ରିରଙ୍ଗା ଅଭିଯାନ ଗଁନ୍ଦିଆ ବ୍ଲକର ଦେଓଗାଁ ଠାରୁ ନୀଳକଣ୍ଠପୁର ବାଜିରାଉତ ସ୍ମୃତି ପୀଠ ପର୍ଯ୍ୟନ୍ତ ବିଶାଳ ତ୍ରିରଙ୍ଗା ରାଲି* , ଢେଙ୍କାନାଳ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ )ଗଁନ୍ଦିଆ ତା 14/08/26 ରିଖ ହର ଘର ତ୍ରିରଙ୍ଗା ଅଭିଯାନ ପାଇଁ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ (ସମ୍ବଲପୁରସାଂସଦ ଓ ପୂର୍ବତ୍ତନ କେନ୍ଦ୍ର ମନ୍ତ୍ରୀ )ଙ୍କୁ ସ୍ବାଗତଂ କରିବାପାଇଁ ଦେଓଗାଁ ଠାରେ ସମାଜସେବୀ ପରୋପକାରୀ ସୁଖଦୁଃଖର ସାଥି ରାମଭାଇଙ୍କ ନେତୃତ୍ୱ ରେ ହଜାର ହଜାର କର୍ମୀଙ୍କ ଉପସ୍ଥିତ ଦେଖିବା ସହିତ ଶ୍ରୀଯୁକ୍ତ ରୁଦ୍ର ନାରାୟଣ ପାଣି (ଢେଙ୍କାନାଳ ସାଂସଦ )ଶ୍ରୀଯୁକ୍ତ ରାମଚନ୍ଦ୍ର ପାତ୍ର (ସମାଜସେବୀ ),ଶ୍ରୀମତୀ ଜୟନ୍ତୀ ପାତ୍ର (ଜିଲ୍ଲାପୌରପାଳିକା ଅଧ୍ୟକ୍ଷା, ସମାଜସେବୀ ଓ ନାରୀନେତ୍ରୀ )ଶ୍ରୀଯୁକ୍ତଶତ୍ରୁଘନଜେନା(କାମାକ୍ଷାନଗରବିଧାୟକ )ଶ୍ରୀମତୀ ସୀମାରାଣୀ ନାୟକ (ହିନ୍ଦୋଳ ବିଧାୟିକା )ଙ୍କ ଦ୍ୱାରା ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ମହୋଦୟଙ୍କୁ ପୁଷ୍ପଗୁଚ୍ଛ ଉତ୍ତରୀ ଦେଇ ସ୍ୱାଗତ କରିବା ସହିତ ରାଲି ଆରମ୍ଭ ହୋଇଥିଲା l ଦେଓଗାଁ ଠାରୁ ରାଲି ଆରମ୍ଭ ହୋଇ ମନ୍ଦାର ବ୍ରିଜି ପର୍ଯ୍ୟନ୍ତ ଯାଇଥିଲା ସେଠାରୁ ରାଲି ଚାଲିଚାଲି ନୀଳକଣ୍ଠପୁର ବାଜିରାଉତ ସ୍ମୁତିପୀଠ ପର୍ଯ୍ୟନ୍ତ ଯିବା ବାଟରେ ବ୍ରିଜିର ଉଭୟ ପାର୍ଶ୍ୱରେ ବିଦ୍ୟାଳୟ ମାନଙ୍କରୁ ଆସିଥିବା ଛାତ୍ର ଛାତ୍ରୀ, ସରସ୍ବତୀ ଶିଶୁବିଦ୍ୟା ମନ୍ଦିର ଛାତ୍ରଛାତ୍ରୀ ଜାତୀୟ ପତାକା ଦେଖାଇ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଓ ଅନ୍ୟ ସମସ୍ତ ଅତିଥି ମାନଙ୍କୁ ସ୍ବାଗତଂ କରିଥିଲେ ତା ସହିତ ଦୁଇଶହ ମିଟର ଲମ୍ବାର ଏକ ଜାତୀୟ ପତାକା ଶୋଭା ଯାତ୍ରାରେ ସାମିଲୀ ହେଵା ସହିତ ବିଭିନ୍ନ ନାରୀ ଗୋଷ୍ଠି, କୀର୍ତ୍ତନ ମଣ୍ଡଳୀ ସାମିଲୀ ହୋଇଥିଲେ l ଶ୍ରୀଯୁକ୍ତ ପ୍ରଧାନଙ୍କ ତୀରଙ୍ଗା ରାଲି ନୀଳକଣ୍ଠପୁର ଠାରେ ପହଞ୍ଚି ବାଜିରାଉତ ପ୍ରତିମୃର୍ତ୍ତି ରେ ପୁଷ୍ପମାଳ ଅର୍ପଣ କରିଥିଲେ, ତାଙ୍କ ସହିତ ରୁଦ୍ର ନାରାୟଣ ପାଣି ମହୋଦୟ, ଶତ୍ରୁଘନ ଜେନା ମହୋଦୟ, ଢେଙ୍କାନାଳ ଜିଲ୍ଲାର ଜିଲ୍ଲାପାଳ ମହୋଦୟ, ଜିଲ୍ଲା ଆରକ୍ଷୀ ଅଧିକାରୀ ମହୋଦୟ,ଓ ସମସ୍ତ ଅତିଥି ବାଜିରାଉତ ପ୍ରତିମୃର୍ତ୍ତି ରେ ପୁଷ୍ପମାଳ ଅର୍ପଣ କରିଥିଲେ l ମଞ୍ଚରେ ଜଗନ୍ନାଥଙ୍କ ନିକଟରେ ଦୀପ ପ୍ରଜ୍ଜ୍ୱଳିତ କରି ସମସ୍ତ ଅତିଥି ଜାତୀୟ ପତକା ତ୍ରିରଙ୍ଗା ଓ ସର୍ବ କନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ବାଜିରାଉତ ବିଷୟରେ ସମ୍ୟକ ଆଲୋକପାତ କରିଥିଲେ l
