*ନୂଆପଡା ଜ଼ିଲ୍ଲା ଆଦର୍ଶ ସାମ୍ବାଦିକ ସଂଘ ର ସାଧାରଣ ବୈଠକ ଅନୁଷ୍ଠିତ*
ନୂଆପଡା(ମିଖାଏଲ ନନ୍ଦ) ତା:୧୩.୦୮.
ନୂଆପଡା ଜ଼ିଲ୍ଲା ଆଦର୍ଶ ସାମ୍ବାଦିକ ସଂଘ ଜ଼ିଲ୍ଲା ସଭାପତି ମୋତିଲାଲ ବାଗ ଙ୍କ ଅଧ୍ୟକ୍ଷତାରେ ଖଡ଼ିଆଳ ସାପ୍ତାହିକ ବଜାର ସ୍ଥିତ କଲ୍ୟାଣ ମଣ୍ଡପ ପ୍ରକୋଷ୍ଠ ରେ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଖଡ଼ିଆଳ, କୋମନା, ନୂଆପଡା, ବୋଡେ଼ନ, ସିନାପାଲି, ଖରିଆର ରୋଡ଼ ଅଞ୍ଚଳରେ ସାମ୍ବାଦିକମାନେ ଯୋଗଦେଇଥିଲେ। ବୈଠକ ଆରମ୍ଭରୁ ସମବେଦନ କଣ୍ଠରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରାଯାଇଛି। ପରେ ସାମ୍ବାଦିକ ରାଜ କିଶୋର ସିଂ ଦେଓ ଆକସ୍ମିକ ଦେହାନ୍ତ ବିଷୟ ଅପୂରଣୀୟ କ୍ଷତି ସହଅମରଆତ୍ମା ର ସଦଗତି କାମନା କରି ନୀରବ ପ୍ରାର୍ଥନା କରାଯାଇଛି। ଦେବେଶ ହୋତା ଅତିଥି ପରିଚୟ ପରେ ସ୍ଥାୟୀ ସଭାପତି ମୋତିଲାଲ ବାଗ ମଞ୍ଚ ପରିଚାଳନା କରିବା ସହିତ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ । ସାମ୍ବାଦିକ, ସାମ୍ବାଦିକତା ଓ କର୍ତ୍ତବ୍ୟ ବିଷୟରେ ଜାତୀୟ କାର୍ଯ୍ୟକାରିଣୀ ସଭ୍ୟ ବିଜୟ କୁମାର ସହିଷ ଆଲୋକପାତ। ଉପଦେଷ୍ଟା ସମାଜସେବୀ ଶୋକନାଥ ସେନାପତି ସଂଘ ର ଯୋଗ ଦେଇ ନୀତି ଆଦର୍ଶନେଇ କହିଥିଲେ।ବରିଷ୍ଠ ସଭ୍ୟ ମାଧବ ପ୍ରସାଦ ସାହୁ। ସଂଘ ସାମ୍ବାଦିକ ସଦସ୍ୟ ଦିଲ୍ଲୀପ ଦଳପତି, ତେଜୁରାମ ନାଏକ ଙ୍କୁ ସର୍ବ ସମ୍ମତି କ୍ରମେ ସଦସ୍ୟତା ରୁ ନୀଳମ୍ବନ କଲା। ସେହିଭଳି ଅନେକ କାରଣ ଯୋଗୁଁ ଜଗନ୍ନାଥ ସାଗର ନିଲମ୍ବିତ। ଉପ ସଭାପତି ଯୁଗଳ ମହାନନ୍ଦ, ଯୁଗ୍ମ ସମ୍ପାଦକ ବିରବଲ୍ ପ୍ରଧାନ ମନୋନୀତ।
